Sunday, May 31, 2026
26.9 C
Odisha

    ଆତଙ୍କବାଦୀଙ୍କ ଲିଷ୍ଟରେ ପ୍ରଥମ: ଶ୍ରୀମନ୍ଦିର ସବୁ ଫଟୋ ଏବେ ପାକ୍‌ ହାତରେ, କହୁକହୁ କହିଦେଲେ…

    ଆଗକୁ ପଢନ୍ତୁ

    ପୁରୀ   :   ପାକ୍‌- ସ୍ପାଏ ଜ୍ୟୋତି ମାଲହୋତ୍ରା ପୁରୀ ଶ୍ରୀମନ୍ଦିର ଆସିଥିବା ଖବର ପ୍ରକାଶ ପାଇବା ପରେ ଏବେ  ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କୁହାଯାଉଛି ଜୋତି ଏବଂ ତାଙ୍କ ବାନ୍ଧବୀ ପ୍ରିୟଙ୍କା ପୁରୀ ବୁଲିବା ସହ ଅନେକ ଫଟୋ ଉଠାଇଥିଲେ। ଯାହା ଏବେ ପାକିସ୍ତାନ ହାତରେ ଲାଗିଛି। କାରଣ ଉଭୟ ପାକିସ୍ତାସ ଯାଇଛନ୍ତ, ଏବଂ ଜ୍ୟୋତିଙ୍କ ପାକ୍‌ ଲିଙ୍କ ମଧ୍ୟ ରହିଛି।  ଅନ୍ୟପକ୍ଷେ, ବରିଷ୍ଠ ସେବାୟତ ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, ଆମେ ସବୁବେଳେ କହିଛୁ ଶ୍ରୀମନ୍ଦିରରେ ମୋବାଇଲ ପ୍ରବେଶ ନହେଉ। ଶ୍ରୀମନ୍ଦିର ଉପରେ ଡ୍ରୋନ ନଉଡ଼ୁ। ଗତ ସରକାର କିଛି କଲେନି। ଏବେ ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଲିଷ୍ଟରେ ପ୍ରଥମ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ରହୁ, ଶ୍ରୀମନ୍ଦିର ସୁରକ୍ଷିତ ରହୁ।  ଯିଏ ଏମିତି କାମ କରିଛି ତାକୁ ଫାଶୀ ଦିଆଯାଉ, ଯେପରି ଅନ୍ୟଜଣେ ସେମିତି କାମ କରିବାକୁ ପଛାଇବ।
    ଅନ୍ୟପକ୍ଷେ,ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି। ଏନେଇ ବିଚାର ଚାଲିଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଆଣ୍ଟିଡ୍ରୋନ ଟେକ୍ନୋଲୋଜି ସମ୍ପର୍କରେ ପୋଲିସ ବିଭାଗ ସହ ଆଲୋଚନା କରାଯାଇଛି। ଏହି ଟେକ୍ନୋଲୋଜି ମାଧ୍ୟମରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ପରେ ଏହାକୁ ଖସାଇ ଦିଆଯାଇ ପାରିବ। ଆବଶ୍ୟକ ପଡ଼ିଲେ ମନ୍ଦିର ପ୍ରଶାସନ ଅର୍ଥ ଦେବ ବୋଲି ମନ୍ତ୍ରୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ