Sunday, April 19, 2026
28.9 C
Odisha

    କଂଗ୍ରେସ ଯେଉଁଠି ବି ହାରେ, ବ୍ୟବସ୍ଥାକୁ ଦୋଷ ଦିଏ: ବିଜେପି

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଗଣତନ୍ତ୍ରକୁ ଖରାପ କରିବା ପାଇଁ ଏକ ବ୍ଲୁପ୍ରିଣ୍ଟ ବୋଲି ରାହୁଲ ଗାନ୍ଧୀ ଦେଇଥିବା ବୟାନ ଉପରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନଡ୍ଡା କହିଛନ୍ତି, କଂଗ୍ରେସ ନେତାମାନେ ବାରମ୍ବାର ନିର୍ବାଚନ ପରାଜୟରେ ଦୁଃଖିତ ଏବଂ ନିରାଶ ଅଛନ୍ତି ଏବଂ ସେଥିପାଇଁ ସେମାନେ ଅତି ଅଜବ ଧରଣର ଅଭିଯୋଗ କରୁଛନ୍ତି।  ଲୋକଙ୍କୁ ମିଥ୍ୟା ଓ ବିଭ୍ରାନ୍ତି ଭିତରେ ଫସାଇବାକୁ କଂଗ୍ରେସ ନେତାଙ୍କ ଏଭଳି ପ୍ରୟାସ କଦାପି ସଫଳ ହେବନାହିଁ ବୋଲି ସେ କହିଛନ୍ତି।ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ବିଶୃଙ୍ଖଳା। କଂଗ୍ରେସର ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଦେଇଥିବା ଉତ୍ତରକୁ ସେୟାର କରି ସେ ଏକ୍ସରେ ଲେଖିଛନ୍ତି, ‘ଆମର ଅନୁଷ୍ଠାନିକ ପ୍ରକ୍ରିୟାକୁ ନେଇ ଭୋଟରଙ୍କ ମନରେ ସନ୍ଦେହ ଓ ମତଭେଦ ସୃଷ୍ଟି କରିବା ପାଇଁ ତାଙ୍କର ବାରମ୍ବାର ପ୍ରୟାସ ଉଦ୍ଦେଶ୍ୟମୂଳକ। ଯେଉଁଠି କଂଗ୍ରେସ ଜିତିବ ସେଠାରେ ବ୍ୟବସ୍ଥା ଠିକ୍, କିନ୍ତୁ ଯେଉଁଠି ସେମାନେ ହାରିଯାଆନ୍ତି ସେଠାରେ ବ୍ୟବସ୍ଥାକୁ ଦୋଷ ଦେବା କାହିଁକି ଆରମ୍ଭ ହୁଏ ବୋଲି ମାଲବ୍ୟ ପ୍ରଶ୍ନ କରିଛନ୍ତି। ଏହା ସିଧାସଳଖ ଜର୍ଜ ସୋରୋସ୍‌ଙ୍କ ପ୍ଲେବୁକ୍‌ରୁ ଆସିଛି- ଯୋଜନାବଦ୍ଧ ଭାବେ ନିଜ ଅନୁଷ୍ଠାନ ପ୍ରତି ଲୋକଙ୍କ ଆସ୍ଥା କ୍ଷୁଣ୍ଣ କରୁଛି। କେବଳ ରାଜନୈତିକ ଫାଇଦା ପାଇଁ ଏହା କରାଯାଉଛି ବୋଲି ମାଲବ୍ୟ କହିଛନ୍ତି। ଆଗକୁ ବିହାର ନିର୍ବାଚନରେ ପରାଜୟ ଆଶଙ୍କା କରି ଲଜ୍ଜାରୁ ବର୍ତ୍ତିବା ପାଇଁ ରାହୁଲ ଆଗୁଆ ଚାଲ୍‌ ଖେଳୁଛନ୍ତି ବୋଲି ସେ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.9 ° C
    28.9 °
    28.9 °
    46 %
    0.5kmh
    100 %
    Sun
    43 °
    Mon
    44 °
    Tue
    44 °
    Wed
    43 °
    Thu
    44 °

    ସମ୍ବନ୍ଧିତ