Monday, March 9, 2026
31.7 C
Odisha

    ଘନ କୁହୁଡ଼ି ଯୋଗୁଁ ୧୪୮ ଟି ବିମାନ ବାତିଲ, IMD ପକ୍ଷରୁ ଆଡଭାଇଜରୀ ଜାରି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନତା ହ୍ରାସ ପାଇବାରୁ ଯାତାୟତ ସେବା  ପ୍ରଭାବିତ ହୋଇଥିବାବେଳେ ଇନ୍ଦିରା ଗାନ୍ଧୀ ଆନ୍ତରାଷ୍ଟ୍ରୀୟ ବିମାନବନ୍ଦର ଏହାର କିଛି ବିମାନର ଉଡ଼ାଣକୁ ବାତିଲ କରିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୧୪୮ ଟି ବିମାନକୁ ବାତିଲ କରାଯାଇଛି । ଏହା ଛଡ଼ା ଦୁଇଟି ବିମାନର ଗତିପଥ ବଦଳାଯାଇଛି ।

    ସୂଚନାନୁଯାୟୀ, କମ୍ ଭିଜିବିଲିଟି ପାଇଁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ଦିଲ୍ଲୀରୁ ଯାତ୍ରା କରୁଥିବା ୭୦ଟି ଏବଂ ଦିଲ୍ଲୀରେ ପହଞ୍ଚିଥିବା ୭୮ଟି ଉଡ଼ାଣକୁ ବାତିଲ କରାଯାଇଛି । ଏଥିସହ ଟ୍ରେନ୍ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଆଗାମୀ ୬ ଦିନ ପାଇଁ ବାୟୁର ଗୁଣବତ୍ତା ଖରାପ ସ୍ଥିତିରେ ରହିବ ବୋଲି ଅନୁମାନ କରାଯାଉଛି । ତେଣୁ IMD ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

    ଅନ୍ୟପଟେ, ଏଭଳି ପରିସ୍ଥିତି ଜାରି ରହିଲେ ଆଗାମୀ ଦିନରେ ବିମାନ ଚଳାଚଳ ଅଧିକ ପ୍ରଭାବିତ ହୋଇପାରେ ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି । ତେଣୁ ବିମାନବନ୍ଦରକୁ ଯିବା ପୂର୍ବରୁ ପରିସ୍ଥିତି ସମ୍ପର୍କରେ ଯାଞ୍ଚ କରିବାକୁ ଏୟାରଲାଇନ୍ସ ଯାତ୍ରୀମାନଙ୍କ ପାଇଁ ପରାମର୍ଶ ଜାରି କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.7 ° C
    31.7 °
    31.7 °
    43 %
    1.3kmh
    4 %
    Mon
    37 °
    Tue
    38 °
    Wed
    39 °
    Thu
    39 °
    Fri
    40 °

    ସମ୍ବନ୍ଧିତ