Friday, May 1, 2026
39.9 C
Odisha

    ପୁଣି ଅଶାନ୍ତ ବାଂଲାଦେଶ, ହିଂସାକାଣ୍ଡରେ ୫୦ରୁ ଉର୍ଦ୍ଧ୍ବ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପୁଣିଥରେ ଅଶାନ୍ତ ହୋଇଛି ବାଂଲାଦେଶ। ଦେଶର ରାଜଧାନୀ ଢାକା ସମେତ ବିଭିନ୍ନ ସ୍ଥାନରେ ଆଜି ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଦାବିରେ ଏକାଧିକ ଛାତ୍ର ସଂଗଠନ ଓ ସାଧାରଣ ଲୋକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଆନ୍ଦୋଳନକାରୀ ଏବଂ ପୋଲିସଙ୍କ ମଧ୍ୟରେ ସଂଘର୍ଷ ଘଟି ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିବାବେଳେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିକ୍ଷୋକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲୁହ ବୁହା ଗ୍ୟାସ ଓ ଷ୍ଟନ ଗ୍ରେନେଡ ମାଡ଼ କରିଛି। ତଥାପି ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ପ୍ରଧାନମନ୍ତ୍ରୀ ହସିନାରଙ୍କ ଇସ୍ତଫା ଦାବିରେ ଅଟଳ ରହିଛନ୍ତି। ହିଂସାତ୍ମକ ପ୍ରଦର୍ଶନ ଯୋଗୁଁ ସ୍ଥିତି ଅଣାୟାତ୍ତ ହେଉଥିବାରୁ ସରକାର ଦେଶବ୍ୟାପୀ ଆଜି ସନ୍ଧ୍ୟା ୬ଟାରୁ କର୍ଫ୍ୟୁ ଲାଗୁ କରିଛନ୍ତି। ବାଂଲାଦେଶ ସ୍ଥିତି ବେକାବୁ ହେଉଥିବାରୁ ସେଠାରେ ଥିବା ଭାରତୀୟଙ୍କୁ ସତର୍କ ରହିବାକୁ ନୂଆଦିଲ୍ଲୀ ପକ୍ଷରୁ ପରାମର୍ଶ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.9 ° C
    39.9 °
    39.9 °
    18 %
    5.2kmh
    0 %
    Fri
    39 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ