Saturday, May 30, 2026
30.1 C
Odisha

    ପୁଣି ଚର୍ଚ୍ଚାରେ ଏକ ଟଙ୍କିଆ ଡ଼ାକ୍ତର ରାମଚନ୍ଦାନୀ

    ଆଗକୁ ପଢନ୍ତୁ

    ସମ୍ବଲପୁର : ଭାରତ ଇସିହାସରେ ପ୍ରଥମ, ଏକ ଟଙ୍କାରେ ECG ସହ ନେବ୍ୟୁଲାଇଜର ସେବା ଦେଇ ଚର୍ଚ୍ଚାର ପରିସରଭୁକ୍ତ ହୋଇଛନ୍ତି ରାମଚନ୍ଦାନୀ।ଭିମସାର ସହକାରୀ ପ୍ରଫେସର ତଥା ସମାଜସେବୀ ଡା. ଶଙ୍କର ରାମଚନ୍ଦାନୀଙ୍କ ଏକ ଟଙ୍କିଆ କ୍ଲିନିକ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ହେଲେ ଏଥର ଜର କିମ୍ୱା ଥଣ୍ଡା ପାଇଁ ଟଙ୍କାକରେ ମେଡିସିନ୍ ଦେବାକୁ ନେଇ ନୁହେଁ।ବରଂ ଏକ ଟଙ୍କାରେ ECG ସହ ନେବ୍ୟୁଲାଇଜର ସେବା ଦେଇ। ଯାହା ଭାରତ ଇତିହାସରେ ପ୍ରଥମ କୁହାଯାଇପାରେ।କେବଳ ସେତିକି ନୁହେଁ, ଏଠାରେ ଏକ ଟଙ୍କାରେ ରକ୍ତ ଶର୍କରା ପରୀକ୍ଷା ମଧ୍ୟ ହେଉଥିବା ଜଣାପଡ଼ିଛି।

    ନିକଟରେ ଏକ ଟଙ୍କିଆ କ୍ଲିନିକର ତିନୋଟି କୁମ୍ପି ଏକ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା ଏବଂ ଏହି ଟଙ୍କାରେ ଇସିଜି ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି କିଣାଯାଇଥିଲା।ଆଉ ଏବେ ସେହି ଟଙ୍କାରେ କିଣାଯାଇଥିବା ଇସିଜି ସାହାଯ୍ୟ ଜଣେ ରୋଗୀଙ୍କର ଏକ ଟଙ୍କାରେ ଚିକିତ୍ସା ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଯାହାପରେ ଡାକ୍ତର ରାମଚନ୍ଦାନୀଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।ରାମଚନ୍ଦାନୀ ନିଜ ଏକ ଟଙ୍କିଆ କ୍ଲିନିକ୍ ଖୋଲି, ସାଧାରଣ ଲୋକଙ୍କୁ ଟଙ୍କାକରେ ସେବା ଯୋଗାଉଥିଲେ। ଏପରିକି ସେ ଜଣେ ସମାଜସେବୀ ମଧ୍ୟ।ହେଲେ ଟଙ୍କିକିଆ କ୍ଲିନିକ୍ ତାଙ୍କୁ ପରିଚୟ ଦେଇଛି। ପୂର୍ବରୁ ଛୋଟ ଛୋଟ ଚିକିତ୍ସା ପାଇଁ ଚର୍ଚ୍ଚାରେ ଥିଲେ।
    ଆଉ ଏବେ ଟଙ୍କାକରେ ECG ସହ ନେବ୍ୟୁଲାଇଜର ସେବା ଦେଇ ପୁଣି ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ