Friday, May 1, 2026
37.5 C
Odisha

    ପ୍ରଥମରୁ ଝୁଣ୍ଟିଲା କଳିଙ୍ଗ ଲାନ୍‌ସର୍ସ

    ଆଗକୁ ପଢନ୍ତୁ

    ରାଉରକେଲା: ହକି ଇଣ୍ଡିଆ ଲିଗ୍‌ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍‌ସର୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଶକ୍ତିଶାଳୀ ୟୁପି ରୁଦ୍ର‌ାସ୍‌ଠାରୁ ୧-୩ ଗୋଲ୍‌ରେ ପରାସ୍ତ ହୋଇଛି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରେ କଳିଙ୍ଗ ଲାନ୍‌ସର୍ସ ସୁନ୍ଦର ପ୍ରଦର୍ଶନ କରିଥିଲା। ୧୩ତମ ମିନିଟ୍‌ରେ ଦଳର ବିଦେଶୀ ତାରକା ଏନରିକ୍‌ ଗୋଞ୍ଜାଲେଜ୍‌ ଏକ ଚମତ୍କାର ଫିଲ୍‌ଡଗୋଲ ଦେଇ ଦଳକୁ ୧-୦ ଗୋଲରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟରରେ ୟୁପି ପ୍ରତ୍ୟାବର୍ତ୍ତନ କରିଥିଲା। ଦ୍ବିତୀୟ କ୍ବାର୍ଟର୍‌ରେ କୌଣସି ‌ଗୋଲ୍‌ ଦେଇ ନଥିଲେ ମଧ୍ୟ ଘରୋଇ ଦଳକୁ ଚାପରେ ରଖିଥିଲା। ତୃତୀୟ କ୍ବାର୍ଟରର ଶେଷ ମିନିଟରେ କେନ୍‌ ରସେଲ୍‌ ଗୋଲ୍‌ ଶୁଝି ସ୍ଥିତି ୧-୧ କରି ଦେଇଥିଲେ। ୫୦ତମ ମିନିଟ୍‌ରେ ଓଡ଼ିଆ ତାରକା ସୁଦୀପ ଚିର୍ମାକୋଙ୍କ ଗୋଲ୍‌ରେ ୟୁପି ୨-୧ରେ ଆଗୁଆ ହୋଇଯାଇଥିଲା। ମ୍ୟାଚ୍‌ ଶେ‌ଷ ହେବାକୁ ଆଉ ୮ ସେକେଣ୍ଡ୍‌ ବାକି ଥିବାବେଳେ ୟୁପି ଏକ ପେନାଲ୍‌ଟି କର୍ଣ୍ଣର୍‌ ପାଇଥିଲା। ଏହାକୁ ହାତଛଡ଼ା ନ କରି କେନ୍‌ ରସେଲ୍‌ ଗୋଲ୍‌ରେ ପରିଣତ କରି ଦଳକୁ ୩-୧ ଗୋଲ୍‌ରେ ବିଜୟ ଭେଟି ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    37.5 ° C
    37.5 °
    37.5 °
    21 %
    0.3kmh
    60 %
    Fri
    37 °
    Sat
    42 °
    Sun
    41 °
    Mon
    39 °
    Tue
    36 °

    ସମ୍ବନ୍ଧିତ