Tuesday, March 25, 2025
24.6 C
Odisha

    ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ : ପିତ୍ରୋଡା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ସମସ୍ୟାରେ ପକାଇଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡା । ସେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତରେ ଆଶ୍ରୟ ଦେବା ସପକ୍ଷରେ ମତ ଦେଇଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରବଳ ଅତ୍ୟାଚାର ହେଉଥିଲେ ବି ସେ ଏପରି ବୟାନ ଦେଇଛନ୍ତି ।ସେ କହିଛନ୍ତି “ଯଦି ବାଂଲାଦେଶୀମାନେ ଭାରତକୁ ଆସିବାକୁ ଚାହୁଁଛନ୍ତି, ବେଆଇନ ହେଲେ ମଧ୍ୟ ସେମାନଙ୍କୁ ଆସିବାକୁ ଦିଆଯାଉ ଓ ଭାରତରେ ରହିବାକୁ ଦିଆଯାଉ । ଆମେ ସମସ୍ତଙ୍କୁ ଆଶ୍ରୟ ଦେବା ଉଚିତ । ଆମକୁ ଏଥିପାଇଁ କିଛିଟା ସମସ୍ୟା ହୋଇପାରେ, କିନ୍ତୁ ତାହା ଚଳିବ ।“

    ପିତ୍ରୋଡାଙ୍କ ଏହି ବୟାନ ପାଇଁ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି କହିଛି ଯେ କଂଗ୍ରେସର ଅସଲ ମୁଖା ଖୋଲିଯାଇଛି । ତେବେ ଏ ନେଇ କଂଗ୍ରେସର କୌଣସି ବୟାନ ଆସିନାହିଁ ।

    ଗତବର୍ଷ ମଧ୍ୟ ସେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ । ସେ କହିଥିଲେ ଯେ ପୂର୍ବଭାରତୀୟ ଲୋକେ ଚିନୀ ଓ ଦକ୍ଷିଣ ଭାରତୀୟ ଲୋକେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି । ପଶ୍ଚିମ ଭାରତୀୟ ଲୋକେ ଆରବ ଲୋକଙ୍କ ପରି ଦେଖାଯାଉଛନ୍ତି । ତାଙ୍କର ଏହି ବୟାନକୁ ନେଇ ବିବାଦୟ ଦେଖାଦେବା ପରେ କଂଗ୍ରେସ ଏଥିରୁ ନିଜକୁ ଅଲଗା କରିନେଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    39 %
    2.5kmh
    0 %
    Tue
    25 °
    Wed
    38 °
    Thu
    40 °
    Fri
    41 °
    Sat
    41 °

    ସମ୍ବନ୍ଧିତ