Thursday, April 30, 2026
30.5 C
Odisha

    ମାନସିକତାକୁ ସକାରାତ୍ମକ ରଖିବାର ସରଳ ଉପାୟ

    ଆଗକୁ ପଢନ୍ତୁ

    ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖିବା ସହଜ ନୁହେଁ। ତଥାପି ଅନେକେ ଏ କ୍ଷେତ୍ରରେ ସଫଳ ହୋଇଥାଆନ୍ତି। ଅବଶ୍ୟ ଏଥିନେଇ କେତୋଟି ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଅନ୍ୟପକ୍ଷରେ ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି ଯେ ଯଦି ଜଣେ ବ୍ୟକ୍ତି ନିୟମିତ ଯୋଗ କରନ୍ତି, ତେବେ ସେ ନିଜର ମାନସିକତାକୁ ଅନେକାଂଶରେ ସକାରାତ୍ମକ ରଖିପାରିବେ।

    ‘ସକାରାତ୍ମକ ମାନସିକତା ଏବଂ ଯୋଗ’ ବିଷୟକୁ ନେଇ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ସମୟ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। କେବଳ ସେତିକି ନୁହେଁ, ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ମାନସିକତା ଉପରେ ପଡୁଛି ତାହାକୁ ତନ୍ନ ତନ୍ନ କରି ସେମାନେ ତର୍ଜମା କରିଥିଲେ। ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରାୟ ୫୫ ପ୍ରତିଶତ ବ୍ୟକ୍ତିଙ୍କର ମାନସିକତା ଏହାଦ୍ୱାରା ସକାରାତ୍ମକ ରହୁଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    30.5 ° C
    30.5 °
    30.5 °
    36 %
    2.4kmh
    61 %
    Wed
    30 °
    Thu
    43 °
    Fri
    41 °
    Sat
    42 °
    Sun
    42 °

    ସମ୍ବନ୍ଧିତ