Saturday, May 30, 2026
26.9 C
Odisha

    ମିଳିତ ଜାତିସଂଘ ସଂଯୋଜକଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

    ଆଗକୁ ପଢନ୍ତୁ

    ଗୋପ : ନୂଆଦିଲ୍ଲୀସ୍ଥିତ ମିଳିତ ଜାତିସଂଘ ଆବାସିକ କାର୍ଯ୍ୟାଳୟର ନିଯୁକ୍ତ ସଂଯୋଜକ ଷ୍ଟିଫାନ ପ୍ରିସନର ଗତକାଲି ଅପରାହ୍ଣରେ ବିଶ୍ବ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଶ୍ରୀ ପ୍ରିସନର ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖରେ ପହଞ୍ଚିବା ପରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ମାମିନୀ ପରିଡା ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ। ପରେ ସରକାରୀ ସ୍ବୀକୃତିପ୍ରାପ୍ତ ଗାଇଡ ବିଶ୍ବେଶ୍ବର ଦାସ ଆମେରିକା ଦୂତାବାସର ସଂଯୋଜକଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହ୍ୟ, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ସଂସ୍କୃତି, କଳାକୃତି ଓ ଇତିହାସ ସଂପର୍କରେ ପୁଙ୍ଖାନୁପୁଙ୍ଖ ଅବଗତ କରାଇଥିଲେ। ପରେ ଶ୍ରୀ ପ୍ରିସନର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିଥିଲେ। କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପଢ଼ିଆରୀଙ୍କ ନେତୃତ୍ବରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    76 %
    2kmh
    99 %
    Sat
    27 °
    Sun
    39 °
    Mon
    40 °
    Tue
    41 °
    Wed
    43 °

    ସମ୍ବନ୍ଧିତ