Wednesday, March 11, 2026
21.6 C
Odisha

    ୧୭ରେ ଭାରତ ଆସିିବେ ଫ୍ରାନ୍ସ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଚଳିତମାସ ୧୭ରେ ଭାରତ ଗସ୍ତରେ ଆସୁଛନ୍ତି। ତିନିଦିନିଆ ରହଣି ଅବସରରେ ମାକ୍ରନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ଭାରତ ଫ୍ରାନ୍ସ ନିକଟରୁ ୧୧୪ଟି ରାଫେଲ ଯୁଦ୍ଧବିମାନ କିଣିବାର ଯୋଜନା ରଖିଛି। ମାକ୍ରନଙ୍କ ଗସ୍ତକାଳରେ ଏ ସଂକ୍ରାନ୍ତ ରାଜିନାମା ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ଏହାବ୍ୟତୀତ ‘ଇଣ୍ଡିଆ-ଫ୍ରାନ୍ସ ଇୟର ଅଫ୍‌ ଇନୋଭେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ପାଇଁ ମାକ୍ରନ ଓ ମୋଦୀ ମୁମ୍ବଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ୧୯ ତାରିଖରେ ମାକ୍ରନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ‘ଏଆଇ ଇମ୍ପାକ୍ଟ ସମ୍ମିଳନୀ’ରେ ଯୋଗଦେବେ ବୋଲି କୁହାଯାଇଛି। ୨୦୨୫ରେ ମୋଦୀ ଫ୍ରାନ୍ସ ଗସ୍ତରେ ଯାଇଥିବାବେଳେ ଭାରତ ଆସିବାକୁ ମାକ୍ରନଙ୍କୁ ଆମନ୍ତ୍ରଣ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    65 %
    1.2kmh
    0 %
    Wed
    37 °
    Thu
    37 °
    Fri
    39 °
    Sat
    40 °
    Sun
    38 °

    ସମ୍ବନ୍ଧିତ