Sunday, October 18, 2026
24.8 C
Odisha

    ଓଭରବ୍ରିଜ ତଳୁ ଢ଼ାବା ମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ଝାରସୁଗୁଡା: ବେଲପାହାଡ଼ ଯୋରବଗା ଟ୍ରକ ପାର୍କିଂ ନିକଟସ୍ଥ ଏମସିଏଲର ନିର୍ମାଣଧିନରେ ଥିବା ଓଭରବ୍ରିଜ ତଳୁ ଜଣେ ଢ଼ାବା ମିସ୍ତ୍ରୀଙ୍କ ସନ୍ଧେହଜନକ ମୃତଦେହକୁ ପୁଲିସ ଆଜି ରବିବାର ସକାଳେ ଉଦ୍ଧାର କରିଛି। ମୃତ ଢ଼ାବା ମିସ୍ତ୍ରୀ ଜଣକ ବ୍ରଜରାଜନଗର ଥାନା ନିକଟସ୍ଥ ଆଶ୍ରମପଡ଼ାର ସ୍ୱର୍ଗୀୟ ରାମ ସୁନ୍ଦର ଠାକୁରଙ୍କ ପୁଅ ସୁଖରାମ ଠାକୁର (ଓରଫ ବରଖା) (୪୦) ବୋଲି ଜଣାପଡ଼ିଛି।
    ପ୍ରାୟ ୨ ବର୍ଷ ହେବ ଯୋରାବଗା ବିଓସିଏମ ଖଣିର ସାଇଡିଂ ନିକଟରେ ଥିବା ଚକ୍ର ଢ଼ାବାରେ ସୁଖରାମ ଜଣେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେ ଅଧିକାଂଶ ଦିନ ଢ଼ାବାରେ ଅତିବାହିତ କରିଥିବା ବେଳେ ମଝି ମଝିରେ ନିଜ ଘରକୁ ମଧ୍ୟ ଯାଉଥିଲେ। ଗତକାଲି ଶନିବାର ଦିନ ସୁଖରାମଙ୍କ ଶଳା କୌଣସି କାର୍ଯ୍ୟରେ ସେହି ଢ଼ାବାକୁ ଯାଇ ସୁଖରାମଙ୍କ ସାକ୍ଷାତ କରିଥିଲେ। ଆଜି ରବିବାର ଦିନ ସୁଖରାମ ହୋଲି ପର୍ବ ପାଳନ ସକାଶେ ଘରକୁ ଯିବେ ବୋଲି ତାଙ୍କ ଶଳାଙ୍କ ମାଧ୍ୟମରେ ପତ୍ନୀଙ୍କୁ ଖବର ପଠାଇଥିଲେ। ତାଙ୍କ ଘରକୁ ଫେରିଥିଲା ତାଙ୍କ ମୃତଦେହ। ହେଲେ ଆଜି ସକାଳୁ ଯୋରବଗା ଟ୍ରକ ପାର୍କିଂ ନିକଟସ୍ଥ ଏମସିଏଲର ନିର୍ମାଣଧିନରେ ଥିବା ଓଭରବ୍ରିଜ ତଳୁ ସୁଖରାମଙ୍କ ସନ୍ଧେହଜନକ ମୃତଦେହକୁ ପୁଲିସ ଉଦ୍ଧାର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    78 %
    1.5kmh
    100 %
    Sun
    24 °
    Mon
    31 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ