Thursday, October 1, 2026
23.8 C
Odisha

    ମା ବେହନ ଫିଲ୍ମ ଟ୍ରେଲର ରିଲିଜ

    ଆଗକୁ ପଢନ୍ତୁ

    ମାଧୁରୀ ଦୀକ୍ଷିତଙ୍କ ଅଭିନୀତ ଫିଲ୍ମ ମା ବେହେନ ର ଟ୍ରେଲର ରିଲିଜ୍ ହୋଇଛି । ଏହି କ୍ରାଇମ୍, କମେଡି ଓ ଡ୍ରାମାର କାହାଣୀରେ ମାଧୁରୀଙ୍କ ସମେତ ତୃପ୍ତି ଡିମରି ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏହି କାହାଣୀ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ନେଇ ଆଧାରିତ ।

    ଆଦର୍ଶ କଲୋନୀରେ ଅବସ୍ଥିତ,  ମା ବେହେନ ର କାହାଣୀ ରେଖା, ଜୟା ଏବଂ ସୁଷମାଙ୍କୁ ନେଇ ରହିଛି । ରେଖା ଭୂମିକାରେ ମାଧୁରୀ, ଜୟା ଭୂମିକାରେ ତୃପ୍ତି ନଜର ଆସିଛନ୍ତି । ଏକ ଅକର୍ମଣ୍ୟ ମା ଏବଂ ତାର ଦୁଇ ଝିଅ, ଯେଉଁମାନେ କୌଣସି ପ୍ରକାରେ ଏକ ମୃତ ଦେହ ସହିତ ଜଡିତ ଏକ ମାମଲାରେ ଫସି ଯାଇଛନ୍ତି  ଏବଂ ତାପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡିଛି । ଯେଉଁଥି ପାଇଁ ପଡ଼ୋଶୀମାନେ ମଧ୍ୟ ସେମାନଙ୍କୁ ସନ୍ଦେହ କରିବାକୁ ଲାଗନ୍ତି । ଯେପରି ସେମାନେ କିଛି ଲୁଚାଉଛନ୍ତି ।

    ଟ୍ରେଲରରେ ଡ୍ରାମା ଏବଂ କମେଡି ମଧ୍ୟ ଦେଖିବାକୁ ମିଳିଛି । ପରିବାରରେ ଅନେକ ଝଗଡା ସତ୍ତ୍ୱେ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଯାଇଛି । ଏହି ଫିଲ୍ମଟି ଓପନିଂ ଇମେଜ୍ ଫିଲ୍ମସ୍ ସହିତ ଅବଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏବଂ ସୁରେଶ ତ୍ରିବେଣୀଙ୍କ ଦ୍ୱାରା ନିର୍ଦ୍ଦେଶିତ।

    ଫିଲ୍ମ ବିଷୟରେ ନିର୍ଦ୍ଦେଶକ ସୁରେଶ ତ୍ରିବେଣୀ କହିଛନ୍ତି ଯେ, “ମା ବେହେନ ସହିତ, ଆମେ ଏକ ବାସ୍ତବବାଦୀ ଏବଂ ଅତ୍ୟନ୍ତ ମନୋରଞ୍ଜନକାରୀ କାହାଣୀ କରିବାକୁ ଚାହୁଁଥିଲୁ । ଯେଉଁଥିରେ କଳାକାରଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି ।  ଫିଲ୍ମଟି ଏକ ପରିବାରର କାହାଣୀ  ଯେଉଁଥିରେ ମା, ରେଖା ଏବଂ ତାଙ୍କର ଦୁଇ ଝିଅ, ଜୟା ଏବଂ ସୁଷମା ଅଛନ୍ତି । ଯେଉଁମାନେ ସବୁବେଳେ ପରସ୍ପର ସହିତ ଝଗଡା କରନ୍ତି ।  ପ୍ରତ୍ୟେକ ଚରିତ୍ରର ସ୍ୱତନ୍ତ୍ର କାହାଣୀ ରହିଛି ।

    ଯଦି ଷ୍ଟାରକାଷ୍ଟ ବିଷୟରେ କୁହାଯାଏ ତେବେ ଏଥିରେ ମାଧୁରୀ, ତୃପ୍ତି, ଧାରଣା, ରବି, ଗୀତାଞ୍ଜଳି, ଅରୁଣୋଦୟ ଏବଂ ଶାର୍ଦ୍ଦୁଳ ଭଳି ପ୍ରତିଭା ବିଶିଷ୍ଟ କଳାକାର ନଜର ଆସିବେ । ଯାହା ଜୁନ୍ ୪ରେ ନେଟଫ୍ଲିକ୍ସରେ ରିଲିଜ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ