Wednesday, October 14, 2026
22.4 C
Odisha

    କାନାଡ଼ା ଉପରେ ୫୦% ଶୁଳ୍କ ଲଗାଇଲେ ଟ୍ରମ୍ପ

    ଆଗକୁ ପଢନ୍ତୁ

    ୱାଶିଂଟନ : କାନାଡ଼ାରୁ ଆମେରିକାକୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଉପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସେ ଏହି ନିଷ୍ପତ୍ତି ପାଇଁ କାନାଡାର ସାମ୍ପ୍ରତିକ କାର୍ଯ୍ୟକଳାପକୁ ଦାୟୀ କରିଛନ୍ତି। ଆମେରିକାର ଯାନବାହନ, ମଦ ଏବଂ କ୍ଷୀର ଉତ୍ପାଦ ଉପରେ କାନାଡ଼ା ଅତ୍ୟଧିକ ଶୁଳ୍କ ବସାଇ ଅନ୍ୟାୟ କରିଛି। ତେଣୁ କାନାଡାର ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରାଯାଇଥିବା ଟ୍ରମ୍ପ କହିଛନ୍ତି।
    ନୂତନ ଶୁଳ୍କ ୩୦ ଦିନ ପରେ କାର୍ଯ୍ୟକାରୀ ହେବ। ନୂତନ ଶୁଳ୍କ ମଦ, ହକି ଷ୍ଟିକ୍ ପରି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ବାଣିଜ୍ୟିକ ସିମେଣ୍ଟ ଭଳି ଶିଳ୍ପ ସାମଗ୍ରୀ ଉପରେ ଲାଗୁ ହେବ। ତେବେ ନୂତନ ଶୁଳ୍କରେ ଶକ୍ତି ଉତ୍ପାଦ, ପଟାସ୍, ମାଛ ଏବଂ ଅତ୍ୟାବଶ୍ୟକ ଖଣିଜ ପଦାର୍ଥକୁ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଏଥିରେ ଯୁକ୍ତରାଷ୍ଟ୍ର-ମେକ୍ସିକୋ-କାନାଡା ଚୁକ୍ତି ଅନୁଯାୟୀ ପୂର୍ବରୁ ଛାଡ଼ ପାଇଥିବା ସାମଗ୍ରୀ ଅନ୍ତର୍ଭୁକ୍ତ ହେବ। ଏହା ଯୋଗୁଁ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଖରାପ ହେବାର ଆଶଙ୍କା ରହିଛି। ଆମେରିକା ପୂର୍ବରୁ କାନାଡ଼ାର ଷ୍ଟିଲ୍, ଆଲୁମିନିୟମ୍ ଏବଂ ତମ୍ବା ଉପରେ ୧୫ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛି। ଏହା ବ୍ୟତୀତ, ସଫ୍ଟୱୁଡ୍ କାଠ ଉପରେ ୩୫ ପ୍ରତିଶତ ଶୁଳ୍କ ଏବଂ ଯାନରେ ବ୍ୟବହୃତ ଅଣ-ଆମେରିକୀୟ ଅଂଶ ଉପରେ ୨୫ ପ୍ରତିଶତ ଶୁଳ୍କ ଜାରି ରହିଛି। ଜବାବରେ କାନାଡା ଆମେରିକୀୟ ଇସ୍ପାତ, ଆଲୁମିନିୟମ୍ ଏବଂ କିଛି ଯାନବାହନ ଉପରେ ୨୫ ପ୍ରତିଶତ ପ୍ରତିଶୋଧମୂଳକ ଶୁଳ୍କ ମଧ୍ୟ ଲାଗୁ କରିଥିଲା। କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଛନ୍ତି, ସେ ଖୁବ୍ ଶୀଘ୍ର ଆମେରିକା ସହିତ ବାଣିଜ୍ୟ ଆଲୋଚନାକୁ ତ୍ୱରାନ୍ୱିତ କରିବେ। ସେ ଅଭିଯୋଗ କରିଛନ୍ତି, କାନାଡା-ଆମେରିକା-ମେକ୍ସିକୋ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଭାବନା ବିରୋଧରେ ଟ୍ରମ୍ପ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। କାର୍ନି ଏକ ବିବୃତିରେ କହିଛନ୍ତି, ତାଙ୍କ ସରକାର ମୁକ୍ତ ଓ ନିରପେକ୍ଷ ବାଣିଜ୍ୟର ଲାଭରେ ବିଶ୍ୱାସ କରେ ଏବଂ ୨୦ରୁ ଅଧିକ ନୂତନ ଅର୍ଥନୈତିକ ତଥା ସୁରକ୍ଷା ସହଭାଗିତା ସ୍ୱାକ୍ଷର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ