Thursday, October 15, 2026
21.9 C
Odisha

    କାଲି ସକାଳୁ ଭୋଟ ଗଣତି, ସକାଳୁ ଖୋଲିବ ଇଭିଏମ୍ ପେଡ଼ି, ପଶ୍ଚିମବଙ୍ଗ ଉପରେ ସମସ୍ତଙ୍କ ନଜର

    ଆଗକୁ ପଢନ୍ତୁ

    ରାତି ପାହିଲେ ୪ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ହେବ ଭୋଟ ଗଣତି। ଏଗଜିଟ୍ ପୋଲ, ଭିନ୍ନ ଭିନ୍ନ ମତ ଦେଉଥିବାବେଳେ, ସ୍ପଷ୍ଟ ହେବ କାହାକୁ ବାଛିଲେ ଜନତା? ନିର୍ବାଚନ ଫଳାଫଳ ଉପରେ ରହିଛି ସାରାଦେଶର ନଜର। ୨୦୨୪ ସାଧାରଣ ନିର୍ବାଚନ ପରେ ଦେଶର ସବୁଠୁ ବଡ଼ ନିର୍ବାଚନ। ଗୋଟିଏ ଦିନରେ ଆସିବ ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳମ୍ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଫଳାଫଳ। ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ପୋଷ୍ଟାଲ ବାଲାଟ୍ ଗଣତି ପରେ ଖୋଲା ହେବ ଏଭିଏମ। କଡା ସୁରକ୍ଷା ବଳୟ ମଧ୍ୟରେ ୪ରାଜ୍ୟ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ୮୨୩ ବିଧାନସଭା ଆସନ ପାଇଁ ହେବ ଗଣତି। ଅପରାହ୍ଣକୁ ସ୍ପଷ୍ଟ ହୋଇଯିବ କେଉଁ ରାଜ୍ୟରେ କିଏ ଗଢ଼ିବ ସରକାର? ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ, ପଶ୍ଚିମବଙ୍ଗରେ ମମତା ପୁଣି କ୍ଷମତାକୁ ଫେରିବେ ନା ବାଜି ମାରିଲା ମୋଦୀ, ଶାହଙ୍କ ରଣନୀତି? ତାମିଲନାଡୁରେ ଷ୍ଟାଲିନଙ୍କୁ ଚକମା ଦେବେ କି ବିଜୟ? କେରଳମରେ କରିସ୍ମା ଦେଖାଇବ କି କଂଗ୍ରେସ ନା ଗଡ଼ ରକ୍ଷା କରିବେ ପିନରୟୀ ବିଜୟନ? ଆସାମରେ କିଛି ଚମତ୍କାର ହେବ ନା ହିମନ୍ତଙ୍କ ଉପରେ ପୁଣି ଆସାମବାସୀଙ୍କ ଭରସା? ତେବେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ସବୁ ଦଳ ସରକାର ଗଢ଼ିବାକୁ ଦମ୍ଭୋକ୍ତି ଦେଖାଉଛନ୍ତି।

    ଆମର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଦଖଲ ପାଇଁ ସବୁ ବଳ ଲଗାଇ ଦେଇଛି ବିଜେପି। ମତଦାନ ହାର ବି ପାଖାପାଖି ୯୩ ପ୍ରତିଶତ ହେବା ଓ ୫ରୁ ଅଧିକ ସର୍ଭେ ସଂସ୍ଥା ବିଜେପି ସରକାର ଗଢ଼ିବା ନେଇ ପୂର୍ବାନୁମାନ କରିବା ପରେ ଉଷ୍ଣ ହୋଇଛି ଜାତୀୟ ରାଜନୀତି। ପଡିଶା ରାଜ୍ୟ ହୋଇଥିବାରୁ ଓଡ଼ିଶାର ବି ନଜର ରହିଛି। ରାଜନୀତି ବିଶେଷଜ୍ଞଙ୍କ ମତରେ ପଶ୍ଚିମବଙ୍ଗ ନିର୍ବାଚନ ଜାତୀୟ ରାଜନୀତିକୁ ନୂଆମୋଡ଼ ଦେବ। ପଶ୍ଚିମବଂଗରେ ମୋଦୀ-ଶାହ ଯୋଡିଙ୍କ ରଣନୀତି ସଫଳ ହେଲେ ଆଗକୁ ଥିବା ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନ ପାଇଁ ବଳ ମିଳିବ। ଜାତୀୟ ରାଜନୀତିରେ ଏନଡିଏର ଶକ୍ତି ଆହୁରି ବଢ଼ିବ। ଦୁର୍ବଳ ହେବ ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ ଓ ମମତା ବାନାର୍ଜୀଙ୍କ ଇଣ୍ଡିଆ ମେଣ୍ଟ। କିନ୍ତୁ ମମତା ପୁଣି କ୍ଷମତାକୁ ଫେରିଲେ ଭିନ୍ନ ବାର୍ତ୍ତା ଯିବ। ଦିଲ୍ଲୀରେ ମମତାଙ୍କ ପତିଆରା ବଢ଼ିବ।

    ତାମିଲନାଡ଼ୁ ଉପରେ ବି ସାରାଦେଶର ନଜର ରହିଛି। ଅଭିନେତାରୁ ନେତା ପାଲଟିଥିବା ବିଜୟ ଥଲାପତିଙ୍କ ଦଳ ଟିଭିକେ ଭଲ ପ୍ରଦର୍ଶନ କରିବ ବୋଲି ଏଗଜିଟ୍ ପୋଲ୍‌ ଆକଳନ କରିବା ପରେ ଉତ୍କଣ୍ଠା ବଢ଼ି ଯାଇଛି। କେରଳମର ବିଜେପି ନଥିଲେ ବି ଫଳାଫଳ କଂଗ୍ରେସ ଓ ବାମପନ୍ଥୀଙ୍କ ପାଇଁ ବେଶ୍ ଗୁରୁତ୍ବ ରଖୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    21.9 ° C
    21.9 °
    21.9 °
    95 %
    1.1kmh
    11 %
    Wed
    22 °
    Thu
    29 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ