Wednesday, November 4, 2026
22.3 C
Odisha

    ନକଲି ପନିର ପରେ ଏବେ ନକଲି ଚାଉଳ! ୪୦୦ରୁ ଅଧିକ ପ୍ୟାକେଟ୍ ଜବତ

    ଆଗକୁ ପଢନ୍ତୁ

    ରାଉରକେଲା : ନକଲି ଘିଅ ଏବଂ ପନିର୍ ପରେ ଏବେ ନକଲି ଚାଉଳ । ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ଅଞ୍ଚଳରୁ ପ୍ୟାକେଟ୍ ପ୍ୟାକେଟ୍ ଡୁପ୍ଲିକେଟ୍ ଚାଉଳ ଜବତ । ପ୍ରାୟ ୪୦୦ରୁ ଅଧିକ ନକଲି ଚାଉଳ ଭର୍ତ୍ତି ପାକେଟ ଓ ଖାଲି ପାକେଟ ଜବତ କରିଛି ପୋଲିସ । ଏହା ସହ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ଏକ ଘରୋଇ କମ୍ପାନୀର ବ୍ରାଣ୍ଡେଡ ପ୍ୟାକେଟରେ ନିମ୍ନମାନର ଚାଉଳ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା । ଏହା ପରେ ରାଉରକେଲାର କେତେକ ଚାଉଳ ଗୋଦାମରେ ଚଢ଼ାଉ କରିଥିଲା ପୋଲିସ ।

    ରାଉରକେଲା ଏସପି ଏକ ସତନ୍ତ୍ର ପୋଲିସ ଟିମ ଗଠନ କରି ଡେଲିମାର୍କେଟର ଦିନାନାଥ ଲେନରେ କିଛି ଚାଉଳ ଗୋଦାମ ଓ ଖୁଚୁରା ଦୋକାନରେ ଚଢ଼ାଉ କରିଥିଲେ । ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ନକଲି ବ୍ରାଣ୍ଡ ପ୍ରସ୍ତୁତି ରାକେଟ ଚାଲିଥିବା ଘଟଣା ଜଣପଡିଥିଲା ।  ତେବେ ଏହି ବ୍ୟବସାୟ କେବଳ ରାଜ୍ୟ ଭିତରେ ଚାଲିଛି ନା ରାଜ୍ୟ ବାହାରକୁ ମଧ୍ୟ ଚାଲିଛି ସେନେଇ ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ରାଉରକେଲା ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    22.3 ° C
    22.3 °
    22.3 °
    91 %
    0.1kmh
    100 %
    Wed
    22 °
    Thu
    25 °
    Fri
    27 °
    Sat
    27 °
    Sun
    27 °

    ସମ୍ବନ୍ଧିତ