Tuesday, September 1, 2026
25.7 C
Odisha

    ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ଛାତ୍ରଙ୍କ ବିରୁଦ୍ଧରେ ସମସ୍ତ ମାମଲା ଖାରଜ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  :  ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଗତ ଜୁଲାଇ ମାସରେ ହୋଇଥିବା ଦେଶବ୍ୟାପୀ ଆନ୍ଦୋଳନରେ ପୁଲିସ ଅନେକ ଛାତ୍ରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ଏହି ସମସ୍ତ ମାମଲା ଖାରଜ କରିବାକୁ ମଙ୍ଗଳବାର ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ବିଚାରପତି ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଓ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ବିନା ଅପରାଧିକ ଉଦ୍ଦେଶ୍ୟ ଥାଇ ଆନ୍ଦୋଳନରେ ଅଂଶଗ୍ରହଣ କରିବାକୁ ଅପରାଧ ଭାବେ ବିବେଚନା କରାଯିବନି । ତେଣୁ ଜୁଲାଇ ୨୦ରୁ ୨୫ ମଧ୍ୟରେ ରାଜଧାନୀ ଦିଲ୍ଲୀ ତଥା ଅନ୍ୟ ସ୍ଥାନଗୁଡିକରେ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୁଦ୍ଧରେ ଯେଉଁ ସବୁ ଏଫଆଇଆର ରୁଜୁ କରାଯାଇଛି, ତାହାର ଆଉ ତଦନ୍ତର କୌଣସି ଆବଶ୍ୟକତା ନାହିଁ । ସେହି ମାମଲାଗୁଡିକ ଏବେ ବନ୍ଦ ହୋଇଗଲା ବୋଲି ବିବେଚନା କରାଯିବ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଏହି ମାମଲାରେ ଆଗକୁ ବି ଆଉ କୌଣସି ମାମଲା ରୁଜୁ କରାଯିବ ନାହିଁ ବୋଲି ଖଣ୍ଡପୀଠ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
    କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କ ଆଗରେ କହିଥିଲେ ଯେ, ଜୁଲାଇ ୨୫ରେ ଆନ୍ଦୋଳନକାରୀ ଛାତ୍ରମାନଙ୍କ ସହିତ ହାଇଥିବା ଆଲୋଚନାରେ ଦିଆଯାଇଥିବା ପ୍ରତିଶ୍ରୁତି ରକ୍ଷା କରିବାକୁ ସରକାର ବଦ୍ଧ ପରିକର । ଜୁଲାଇ ୨୦ରୁ ୨୫ ମଧ୍ୟରେ ଆନ୍ଦୋଳନରତ ଛାତ୍ରମାନଙ୍କ ବିରୁଦ୍ଧରେ ହୋଇଥିବା ଏଫଆଇଆର ପ୍ରତ୍ୟାହାର, ଆଉ ନୂଆ ଏଫଆଇଆର ରୁଜୁ ନ କରିବା ଏବଂ ଆତ୍ମହତ୍ୟା କରିଥିବା ନିଟ୍ ଆଶାୟୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ।
    ତେବେ ଏହି ଆନ୍ଦୋଳନ ବେଳେ ମନ୍ଦ ଉଦ୍ଦେଶ୍ୟ ରଖି ଉପସ୍ଥିତ ହୋଇଥିବା ତଥା ହିଂସାକାଣ୍ଡ ଘଟାଇଥିବା ୨,୮୩୭ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ମାମଲା ପ୍ରତ୍ୟାହାର ନ କରିବାକୁ ଦିଲ୍ଲୀ ପୁଲିସର ଦାବିକୁ ମାନ୍ୟବର କୋର୍ଟ ଗ୍ରହଣ କରିବା ସହ ଏନେଇ ଅନ୍ୟ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବାକୁ ଅନୁମତି ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.7 ° C
    25.7 °
    25.7 °
    82 %
    2.9kmh
    100 %
    Tue
    26 °
    Wed
    29 °
    Thu
    27 °
    Fri
    29 °
    Sat
    31 °

    ସମ୍ବନ୍ଧିତ