Tuesday, October 13, 2026
24.9 C
Odisha

    ମଣିଷଠୁ ଅଧିକ ବୁଦ୍ଧିମାନ ହୋଇଯିବ ଏଆଇ: ମସ୍କ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ବିଶ୍ବର ସବୁଠାରୁ ଧନୀ ବ୍ୟବସାୟୀ ଏଲନ ମସ୍କ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଏଆଇ ବହୁତ ଶୀଘ୍ର ମଣିଷ ଭଳି ଚିନ୍ତା କରିବାର ସାମର୍ଥ୍ୟ ପାଇବ। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା କମ୍ପ୍ୟୁଟର ଓ ଇଣ୍ଟରନେଟ ସମ୍ବନ୍ଧିତ କାମରେ ମଣିଷକୁ ପଛରେ ପକାଇ ଦେବ। ଏହା ଫଳରେ ଇଣ୍ଟରନେଟ ଓ ହ୍ୟାକିଂ କ୍ଷେତ୍ରରେ ବିପଦ ବୃଦ୍ଧି ପାଇବ। କମ୍ପ୍ୟୁଟରର ଦୁର୍ବଳତା ଖୋଜି ଏଆଇ ତା’କୁ ସହଜରେ ହ୍ୟାକ କରିଦେବ। ତେବେ ଏଆଇର ଏହି ସୁପରହ୍ୟୁମାନ କ୍ଷମତା ଏବେ କେବଳ ଡିଜିଟାଲ ଦୁନିଆରେ ସୀମିତ ରହିବ। କଳକାରଖାନାରେ ଉତ୍ପାଦନ, ବାସଗୃହ ନିର୍ମାଣ ଆଦି ତୃଣମୂଳସ୍ତରର କାର୍ଯ୍ୟରେ ଏଆଇ ମଣିଷର ସ୍ଥାନ ନେଇପାରିବ ନାହିଁ। ତେଣୁ ‘ଦ ମ୍ୟାଟ୍ରିକ୍ସ’ ଚଳଚ୍ଚିତ୍ର ଭଳି ରୋବୋଟଙ୍କ ଦୁନିଆ ବିଷୟରେ ଲୋକଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। ସାମାଜିକ ଗଣମାଧ୍ୟମରେ ଏକ ପ୍ରଶ୍ନର ଉତ୍ତର ଦେଇ ଏଲନ ମସ୍କ ଏହା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ