Friday, June 19, 2026
29.3 C
Odisha

    ବିବାହ ସାରି ଘରକୁ ଫେରୁଥିବା ବେଳେ ଭୟଙ୍କର ଦୁର୍ଘଟଣା, ୨ ଗୁରୁତର ଓ ୩ ଆହତ

    ଆଗକୁ ପଢନ୍ତୁ

    ଅନୁଗୁଳ: ଅନୁଗୁଳ କିଆକଟା ଛକରେ ଭୟଙ୍କର ଦୁର୍ଘଟଣା । ବିବାହ ସାରି ବରଯାତ୍ରୀ ଘରକୁ ଫେରୁଥିବା ବେଳେ ବୋଲେରୋ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଗୁରୁତର ଓ ଅନ୍ୟ ୩ ଆହତ । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ବିବାହରୁ ଫେରୁଥିବା ବରଯାତ୍ରୀ ଗାଡ଼ି କିଆକଟା ଠାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।  କଦଳୀଗଡ ଗାଁରୁ ଏକ ବରଯାତ୍ରୀ ଗାଡ଼ି ରାମଗଡ ଯାଇଥିଲା ।

    ସେଠାରେ ବିବାହ ସାରି ଫେରୁଥିବା ବେଳେ ରେଢାଖୋଲ–ବୌଦ୍ଧ ୧୫୩ନମ୍ବର ଜାତୀୟ ରାଜପଥ କିଆକଟା ଛକ ନିକଟରେ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ପଛରେ ଆସୁଥିବା ଅନ୍ୟ ବରଯାତ୍ରୀ ଗାଡ଼ିର ଲୋକେ ଆହତଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲ ପଠାଇଥିଲେ । ଗୁରୁତର ଥିବା ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି । କିଆକଟା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.3 ° C
    29.3 °
    29.3 °
    60 %
    0.4kmh
    88 %
    Fri
    39 °
    Sat
    38 °
    Sun
    38 °
    Mon
    39 °
    Tue
    42 °

    ସମ୍ବନ୍ଧିତ