Sunday, September 27, 2026
21.7 C
Odisha

    ମହାନଦୀରେ ବୁଡ଼ି ନିଖୋଜ ଥିବା ୨ ଛାତ୍ରଙ୍କ ମୃତଦେହ ଉଦ୍ଧାର

    ଆଗକୁ ପଢନ୍ତୁ

    ମହାନଦୀରେ ଭାସି ଯାଇ ନିଖୋଜ ଥିବା ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ କରିବା ସମୟରେ ସମଲେଶ୍ୱରୀ ଘାଟରୁ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ଛାତ୍ର ଦ୍ବୟ ହେଲେ, ଏସ୍‌. କନିକ୍ସ ଓ ହିମାଂଶୁ। ଦୁହିଁଙ୍କ ଘର କ୍ଷେତରାଜପୁର ତିୱାରୀ ଗଳିରେ ଏବଂ ସେମାନେ କ୍ଷେତରାଜପୁର ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ର। ଶୁକ୍ରବାର ସେମାନେ ସମ୍ବଲପୁର ସହରସ୍ଥିତ ସଡ଼କଘାଟରେ ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଗାଧୋଉଥିବା ବେଳେ ନଦୀରେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌‌ ଓ ସ୍ଥାନୀୟ ପୁଲିସ ପହଞ୍ଚି ଖୋଜାଖୋଜି କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜିବା ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ଏହାପରେ ରାତି କାରଣରୁ ଅଗ୍ନିଶମ ବାହିନୀ ସର୍ଚ୍ଚ ଅପରେସନ ବନ୍ଦ ରଖିଥିଲେ। ଆଜି ସକାଳୁ ପୁଣି ସର୍ଚ୍ଚ ଅପରେସନ କରିବା ସମୟରେ ସମଲେଶ୍ୱରୀ ଘାଟରୁ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    21.7 ° C
    21.7 °
    21.7 °
    96 %
    1.3kmh
    39 %
    Sun
    29 °
    Mon
    30 °
    Tue
    30 °
    Wed
    30 °
    Thu
    31 °

    ସମ୍ବନ୍ଧିତ