ନୀଳଗିରି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ପୀଠରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଲିଙ୍ଗ ଉପରେ ୧୦ ଫୁଟ୍ ଉଚ୍ଚରେ ପାଣି ପ୍ରଭାବିତ ହୋଇଛି । ପୂଜକ ଭୟଭୀତ ହୋଇ ପାହାଡ଼ ଉପରେ ଚାଲିଛି ପୂଜାର୍ଚ୍ଚନା । ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଉପରକୁ ଯିବାକୁ ବାରଣ କଲା ଟ୍ରଷ୍ଟବୋର୍ଡ । କାରଣ ଝରଣା ସ୍ରୋତ ଏତେ ପ୍ରଖର ଯେ ସିଡ଼ିରେ ଯିବା ଅସମ୍ଭବ ହୋଇପଡ଼ିଛି । ଯେ ପର୍ଯ୍ୟନ୍ତ ସ୍ଥିତି ସୁଧୁରିନି ସେ ପର୍ଯ୍ୟନ୍ତ ସଧାରଣ ଦର୍ଶନ ବନ୍ଦ କରଯାଇଛି । ସେପଟେ କିଛି ସ୍ଥାନରେ ଶ୍ରାବଣ ମାସ ଆରମ୍ଭ ହୋଇଥିବାରୁ ଆଜି ଦ୍ୱିତୀୟ ଶ୍ରାବଣ ସୋମବାର ଅବସରରେ ପଞ୍ଚଲିଙ୍ଗେଶ୍ୱରରେ ପ୍ରବଳ କାଉଡ଼ିଆଙ୍କ ସମାଗମ ହୋଇଛି । ମାତ୍ର ସ୍ପର୍ଶ ଦର୍ଶନ ନ କରିପାରି ନିରାଶ ହୋଇଛନ୍ତି ।
ସେପଟେ ବୈତରଣୀରେ ବନ୍ୟା, ଭଦ୍ରକରେ ଗମ୍ଭୀର ସ୍ଥିତି । ବଢ଼ି ବାରେ ଲାଗିଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଙ୍କେତର ବହୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ବନ୍ୟାଜଳ । ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ସକାଳ ୬ଟା ସୁଦ୍ଧା ୨୦.୨୬ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। କଣ୍ଟିଘାଇ ଏସ୍କକେଫ ଦେଇ ଜନ ବସତି ଆଡକୁ ବନ୍ୟାଜଳ ପ୍ରବେଶ କରିଛି । ଭଦ୍ରକ – ଯାଜପୁରକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ ଆଦି ପଞ୍ଚାୟତ ଜଳମଗ୍ନ ହୋଇଯାଇ ଛି। ବନ୍ୟା ମୁକାବିଲା ପାଇଁ ୫ଟି ଓଡ୍ରାଫ୍ ଓ ୩ଟି NDRF ଟିମ୍ ମୁତୟନ ହୋଇଛନ୍ତି । ଆରଡ଼ି କଟକ ମୁଖ୍ୟରାସ୍ତାର ବୋଡ଼କଠାରେ ପ୍ରବାହିତ ହେଉଛି ୨ ଫୁଟର ପାଣି । ଫଳରେ ଆରଡ଼ିରୁ କଟକ ଓ ଯାଜପୁରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ୪ଟି ପଞ୍ଚାୟତର ୩୦ ଗାଁ ପ୍ରଭାବିତ ହୋଇଛି । ବନ୍ୟାପ୍ରବଣ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ଓ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି ।
