Wednesday, July 29, 2026
23.9 C
Odisha

    ସୁରକ୍ଷା ବାହିନୀଙ୍କୁ ମିଳିଲା ବଡ଼ ସଫଳତା, ନକ୍ସଲମୁକ୍ତ ହେଲା ଝାଡ଼ଖଣ୍ଡ

    ଆଗକୁ ପଢନ୍ତୁ

    ମାଲକାନାଗିରି  : ନକ୍ସଲମୁକ୍ତ ହେଲା ଝାଡ଼ଖଣ୍ଡ । ଏକ କୋଟି ଟଙ୍କା ପୁରସ୍କାର ରାଶି ଇନାମୀ ହାର୍ଡକୋର୍ ମାଓବାଦୀ ମିସିର ବେସରା ଗିରଫ । ରାଞ୍ଚି, ଝାଡ଼ଖଣ୍ଡରେ ନକ୍ସଲବାଦ ବିରୋଧରେ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ଙ୍କୁ ଏକ ବଡ଼ ସଫଳତା ମିଳିଛି । ଏକ ମିଳିତ ଅପରେସନ ରେ, ଝାଡ଼ଖଣ୍ଡ ପୋଲିସ ଏବଂ ସିଆରପିଏଫର କୋବ୍ରା-୨୦୯ ବାଟାଲିୟନ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ଏବଂ ୧ କୋଟି ଟଙ୍କା ପୁରସ୍କାର ରାଶି ଇନାମି ମାଓବାଦୀ ମିସିର ବେସରାଙ୍କୁ ଧନବାଦ-ଗିରିଡିହ ସୀମାନ୍ତ ମାନିଆଡିହ ଅଞ୍ଚଳରୁ ତାଙ୍କର ଦୁଇ ସହଯୋଗୀଙ୍କ ସହିତ ଗିରଫ କରିଛନ୍ତି ପୋଲିସ ।

    ଅନ୍ୟପଟେ ଏହି ଗିରଫକୁ ନକ୍ସଲ ବିରୋଧୀ ଅଭିଯାନରେ ଏକ ବଡ଼ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଯାହା ଫଳରେ ଝାଡ଼ଖଣ୍ଡରେ ନକ୍ସଲ ସଂଗଠନର କାର୍ଯ୍ୟକଳାପ ଦୁର୍ବଳ ହେବା ସହ ରାଜ୍ୟରେ ଶାନ୍ତି ଓ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    23.9 ° C
    23.9 °
    23.9 °
    98 %
    3kmh
    96 %
    Wed
    25 °
    Thu
    30 °
    Fri
    30 °
    Sat
    29 °
    Sun
    31 °

    ସମ୍ବନ୍ଧିତ