Saturday, August 15, 2026
28.6 C
Odisha

    ବର୍ଡରରେ ସନ୍ଦିଗ୍ଧ ଡ୍ରୋନ୍, ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

    ଆଗକୁ ପଢନ୍ତୁ

    ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଭାରତ-ପାକିସ୍ତାନ ଇଣ୍ଟରନ୍ୟାସନାଲ ସୀମା ସାମ୍ବା ଏବଂ କଠୁଆରେ ପୁଣି ଦୁଇ ଥର ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି । କଠୁଆର ବେବିୟା ଅଞ୍ଚଳ ଏବଂ ସାମ୍ବାର ଟାରୋର ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଦେଖିବାକୁ ମିଳିଛି । ସନ୍ଦିଗ୍ଧ ଡ୍ରୋନ ଦେଖିବା ପରେ ବିଏସ୍ଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ସାମ୍ବାର ବିଜୟପୁର ଅଞ୍ଚଳରେ ତାରୋର ଗାଁ ଉପରେ ସେନାର ଯବାନ ଆକାଶରେ ଏକ ଜିନିଷ ଦେଖିଥିଲେ, ଯାହା ପାକିସ୍ତାନୀ ଡ୍ରୋନ ହୋଇଥିବା ଆଶଙ୍କା କରାଯାଉଛି । ଏହାପରେ କାଉଣ୍ଟର-ଡ୍ରୋନ ଉପାୟ ଆରମ୍ଭ କରାଯାଉଛି ।

    ସେନା ପକ୍ଷରୁ କୁହାଯାଇଛି କି, ଡ୍ରୋନ୍ ଇଣ୍ଟରନ୍ୟାସନାଲ ବର୍ଡର ପାର କରି ପାକିସ୍ତାନ ଫେରିଯାଇଛି । ଶୁକ୍ରବାର ସନ୍ଧ୍ୟାରେ କଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ଚକ ନଳୁଆ ଗାଁ ଉପରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛି । ସୁରକ୍ଷାବଳ ଦୁଇଟି ଯାକ ସ୍ଥାନରେ ଡ୍ରୋନ କିମ୍ବା ସନ୍ଦିଗ୍ଧ ବସ୍ତୁ ଉଡିବା ନେଇ ପତ୍ତା ଲଗାଇବା ପାଇଁ ସର୍ଚ୍ଚ ଅପରେସନ ଜାରି କରିଛି ।

    ଜମ୍ମୁ କଶ୍ମୀରରେ ଏଭଳି ଗତିବିଧି ପାଇଁ ସେନା ସବୁବେଳେ ସଜାଗ ରହିଥାଏ । ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରଖିଥାଏ ସେନା । ଏଭଳି ସ୍ଥଳେ ଦୁଇଥର ସନ୍ଦିଗ୍ଧ ଡ୍ରୋନ ଦେଖି ଯବାନ ପୁଣିଥରେ ସଜାଗ ହୋଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ସେପଟେ ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୨ ଯବାନଙ୍କ ସହିତ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏହାର ପ୍ରତି ଆକ୍ରମଣରେ ୧୨ ଜଣ ଆତଙ୍କୀଙ୍କ ଜୀବନ ଯାଇଛି ବୋଲି ଜଣାପଡିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.6 ° C
    28.6 °
    28.6 °
    83 %
    4.5kmh
    88 %
    Sat
    28 °
    Sun
    25 °
    Mon
    23 °
    Tue
    24 °
    Wed
    29 °

    ସମ୍ବନ୍ଧିତ