Tuesday, September 1, 2026
27.9 C
Odisha

    ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ, ସକାଳ ଧୂପ ପରେ ପୁଣି ହେବ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଗଣତି ମଣତିର ଆଜି ଦ୍ୱିତୀୟ ଦିନ । ଶ୍ରୀମନ୍ଦିରରେ ସକାଳ ଧୂପ ପରେ କାର୍ଯ୍ୟ ଆରମ୍ଭ ହେଲା । ଗତକାଲି ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବାପରେ ପୂର୍ବାହ୍ନ ୧୧ଟା ୩୦ଠାରୁ ସନ୍ଧ୍ୟା ୬ଟା ୫୫ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହୋଇଥିଲା । ଗତକାଲି ପ୍ରାୟ ୭ଘଣ୍ଟା ୨୫ମିନିଟର ଗଣତି ହୋଇଥିଲା । ୨୫ମେ ୨୦୨୬ରୁ ଆରମ୍ଭ ହୋଇ ବିଭିନ୍ନ ପର୍ଯ୍ୟାୟ ଗଣତି ପରେ ମୋଟ ଉପରେ ୮୫ଘଣ୍ଟା ୨୮ମିନିଟର ଗଣତି କାର୍ଯ୍ୟ ହୋଇଛି । ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନ ଚାଲିଥିବା ଅଳଙ୍କାରର ଗଣତିମଣତି ପ୍ରକ୍ରିୟା ରେ ସମ୍ପୂର୍ଣ୍ଣ ମେଳକ ହେଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ବାହାର ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଝୋବାକଣ୍ଟିର ଗଣତି ମଧ୍ୟ ହୋଇଛି । ଏହାକୁ ଗଣତି ପରେ ଭଣ୍ଡାର ମେକାପଙ୍କୁ ଜିମା ଦିଆଯାଇଛି ।

    ରାଜ୍ୟ ସରକାରଙ୍କ ପ୍ରଦତ୍ତ ଏସଓପି ଅନୁଯାୟୀ ଗଣତି କାର୍ଯ୍ୟ ହେଉଥିବା ବେଳେ ଗତକାଲି ଅତିରିକ୍ତ ଏସଓପି ଜାରି କରିଛନ୍ତି ସରକାର । ଭିତରେ ୩ ସେଟ୍ କାସ୍କେଟରେ ବୃହତ୍ ତଥା ମୂଲ୍ୟବାନ ଅଳଙ୍କାର ରହିଛି । ଅତିରିକ୍ତ ଏସଓପି ଅନୁଯାୟୀ ଏହାକୁ ଭିତରେ ଗଣିବା ସମ୍ଭବ ନହେବାରୁ ଖଟଶେଯ ଘରକୁ ଆଣି ରଖାଯାଇଛି । ସେଠାରେ ଏହାର ମାପ ନିଆଯାଇଛି । ପରେ,ଗଣତି,ଓଜନ,ଭିଡିଓ ଗ୍ରାଫି,ଇତ୍ୟାଦି କରିବା କରେ ପୁନଶ୍ଚ ଭିତର ଭଣ୍ଡାରକୁ ସ୍ଥାନାନ୍ତର କରାଯିବ l ଆଗକୁ ଗଣତିମଣତି ହେବକି ନାହିଁ ସେନେଇ ନିଷ୍ପତ୍ତି ନେବ ଣ୍ରୀମନ୍ଦିରର ପ୍ରଶାସନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    78 %
    4.5kmh
    96 %
    Tue
    28 °
    Wed
    29 °
    Thu
    29 °
    Fri
    29 °
    Sat
    30 °

    ସମ୍ବନ୍ଧିତ