Sunday, September 27, 2026
27.3 C
Odisha

    ଶୂନ୍ୟ ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା, ଦେବଦଳନ ରଥରେ କରିବେ ବିଜେ

    ଆଗକୁ ପଢନ୍ତୁ

    ପୁରୀ : ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥୀରେ ଧରି ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିଆସିବେ ମହାବାହୁ। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି ରଥରେ ବିରାଜମାନ କରିଥିବାବେଳେ ପରେ ବଡ଼ଠାକୁର ବଳଭଦ୍ର ଆସି ରଥାରୂଢ଼ ହୋଇଛନ୍ତି । ଏହା ପରେ ଭଉଣୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଛି । ଶୂନ୍ୟ ପହଣ୍ଡିରେ ଆସୁଛନ୍ତି ଦେବୀ ସୁଭଦ୍ରା ।

    ପହଣ୍ଡି ବିଜେ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଏହାପରେ ନିର୍ଦ୍ଧାରିତ ସମୟରେ ତିନିରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜନସମୁଦ୍ର ପାଲଟିଛି ଶରଧାବାଲି । ଭଜନ କୀର୍ତ୍ତନରେ କମ୍ପୁଛି ପୁରୀ ବଡ଼ଦାଣ୍ଡ । ମହାପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତିରେ ଲୀନ ହୋଇଯାଇଛନ୍ତି ଭକ୍ତ । କିଏ ମହାପ୍ରଭୁଙ୍କ ପାଇଁ ଭଜନ ଗାଉଛି ତ ଆଉ କିଏ କୀର୍ତ୍ତନ କରୁଛି । ସମସ୍ତେ ସେହି ଗୋଟିଏ ମୁହୂର୍ତ୍ତକୁ ଚାହିଁ ବସିଛନ୍ତି ଯେ, କେତେବେଳେ କାଳିଆ ଠାକୁର ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ବାହାରକୁ ଆସିବେ ଏବଂ ଦର୍ଶନ ଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ