Saturday, July 27, 2024
24.6 C
Odisha

    କେନ୍ଦ୍ରାପଡାର ବଳଦେବ ଜୀଉଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ବାଲେଶ୍ୱରର ସିଦ୍ଧି ବିନାୟକ ମନ୍ଦିର ଓ ଚନ୍ଦନେଶ୍ୱରଙ୍କ ପୀଠରେ ସକାଳ ୬ଟାରୁ ଲାଗିଛି ଦର୍ଶନ

    ଆଗକୁ ପଢନ୍ତୁ

    ମାଆର ଆଶୀର୍ବାଦ ଥିଲେ ସନ୍ତାନର ସବୁ ଶୁଭ ହୋଇଥାଏ । ଶୁଭ ନବବର୍ଷରେ ଘଟଗାଁର ମାଆ ତାରିଣୀଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରି ମାନସିକ ନଡିଆ ଅର୍ପଣ କରିଛନ୍ତି । ପରିବାର ଓ ସମାଜର ମଙ୍ଗଳ କାମନା କରିଛନ୍ତି । ସେହିଭଳି କେନ୍ଦ୍ରାପଡା ବଳଦେବ ଜୀଉଙ୍କ ମନ୍ଦିରରେ ବି ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ବଳଦେବ ଜୀଉ । ବଡ ଠାକୁର । କେନ୍ଦ୍ରାପଡାର ଆରାଧ୍ୟ ଦେବତା । ବଳଦେବ ଜୀଉଙ୍କ ଦର୍ଶନରୁ ନୂଆ ବର୍ଷ ଆରମ୍ଭ କରିଛନ୍ତି ଭକ୍ତ । ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକମାନେ ମନ୍ଦିରରେ ପହଂଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
    ଦିଅଁ ଦର୍ଶନରୁ ଆରମ୍ଭ ହେଲେ ନୂଆ ବର୍ଷ । ନୂଆ ବର୍ଷ ସାଙ୍ଗକୁ ସୋମବାର । ତେଣୁ ହରହର ମହାଦେବଙ୍କ ଦର୍ଶନ ପାଇଁ ବାଲେଶ୍ୱର ଜଳେଶପ୍ର ପ୍ରମୁଖ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ରାତି ୪ଟାରୁ ମନ୍ଦିର ଖୋଲିବା ପରେ ନୀତିକାନ୍ତି ଚାଲିଛି । ସକାଳ ୬ଟାରୁ ସାଧାରଣ ଦର୍ଶନ ଚାଲିଛି । ରାଜ୍ୟ ତଥା ରାଜ୍ୟ ବାହାରର ଲୋକମାନେ ଚନ୍ଦେଶ୍ୱରଙ୍କ ପୀଠର ଭିଡ ଲଗାଇଛନ୍ତି । ମହାଦେବୀଙ୍କ ଠାରୁ କ୍ଷୀର ଓ ପଇଡ ଅର୍ପଣ କରିଛନ୍ତି । ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରୁଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ପୁଲିସ ମୁତୟନ କରାଯାଇଛି ।

    ବିଦାୟ ନେଇଛି ବର୍ଷ ୨୦୨୩ । ଆସିଛି ନୂଆ ବର୍ଷ ୨୦୨୪ । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ପ୍ରସ୍ତୁତି । ଏହା ସହ ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିଛନ୍ତି ଲୋକେ । ପୁରୀ, ଭୁବନେଶ୍ୱର, ଚନ୍ଦ୍ରଭାଗ ସମେତ ବିଭିନ୍ନ ସ୍ଥାନରେ ବର୍ଷର ସୂର୍ଯ୍ୟୋଦୟକୁ ଉପଭୋଗ କରିଛନ୍ତି । ସୂର୍ଯ୍ୟୋଦୟ ଦେଖିବା ପାଇଁ ଭୋରରୁ ଚନ୍ଦ୍ରଭାଗା କୂଳରେ ଲୋକେ ଏକାଠି ହୋଇଥିଲେ । ଦୀପ ଜାଳି ସୂର୍ଯ୍ୟଙ୍କୁ ପୂଜା କରିଥିଲେ । ଏହା ସହ ମୋବାଇଲ୍ରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟକୁ କ୍ୟାପଚର କରିଥିଲେ ଲୋକେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ