Wednesday, April 15, 2026
41.7 C
Odisha

    ସହିଦ ଅଗ୍ନିବୀର ପରିବାରକୁ ଦିଆଯାଉ ପେନସନ ଓ ଅନ୍ୟାନ୍ୟ ସୁବିଧା

    ଆଗକୁ ପଢନ୍ତୁ

    କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିଶ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକ ପରିବାର ଭଳି ସୁବିଧା ସୁଯୋଗ ପ୍ରଦାନ କରାଯାଉ ନାହଁ । ରକ୍ଷା ମାମଲାର ସଂସଦୀୟ ସମିତି ତାର ରିପୋର୍ଟରେ କହିଛି କି, ସହିଦ ହେଉଥିବା ଅଗ୍ନିବୀର ପରିବାରର ଦୁଖକୁ ଧ୍ୟାନରେ ରଖି ଏଭଳି ସୁପାରିଶ କରାଯାଇଛି ।କେବଳ ସେତିକି ନହେଁ କାର୍ଯ୍ୟରତ ସୈନିକ ସହିଦ ହେଲେ ସେମାନଙ୍କ ପରିବାରକୁ ମିଳୁଥିବା ସହାୟାତ ରାଶି ଉପରେ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି । ଏହା ସମସ୍ତ ବର୍ଗ ପାଇଁ ଲାଗୁ ହେଉ ବୋଲି କୁହାଯାଇଛି । ସମିତି କହିଛି କି, ସହିଦ ହେଉଥିବା ସୈନିକମାନଙ୍କ ପରିବାରକୁ ଏବେ ୨୫ ଲକ୍ଷ ଟଙ୍କା ସହାୟତା ମିଳୁଛି, ଏହାକୁ ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି । ସେହିଭଳି ଯୁଦ୍ଧ ସମୟରେ ସହିଦ ହେଉଥିବା ସୈନିକଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ଏହାକୁ ମଧ୍ୟ ୫୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିଶ କରାଯାଇଛି ।ସୂଚନା ଥାଉକି ୨୦୨୨ ମସିହାରେ ସରକାର ସେନାର ୩ ଟି ବିଭାଗରେ ଅଗ୍ନିପଥ ଯୋଜନା ଲାଗୁ କରିଥିଲେ । ଏହି ଯୋଜନା ଅଧିନରେ ଯୁବକମାନଙ୍କୁ ସେନାରେ ସ୍ୱଳ୍ପ ସମୟ ପାଇଁ ସାମିଲ କରାଯାଇଥାଏ । ଏହି ଯୋଜନାରେ ୧୭ ବର୍ଷରୁ ୨୧ ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ସେନାର ୩ ବିିଭାଗରେ ସାମିଲ ହୋଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    41.7 ° C
    41.7 °
    41.7 °
    11 %
    3.2kmh
    2 %
    Wed
    41 °
    Thu
    44 °
    Fri
    44 °
    Sat
    43 °
    Sun
    44 °

    ସମ୍ବନ୍ଧିତ