Monday, October 19, 2026
21.9 C
Odisha

    ମଣିପୁରରେ ଲାଗିଲା ଡ୍ରୋନ ନିରୋଧୀ ସିଷ୍ଟମ୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ହିଂସାକାଣ୍ଡ ଘଟି ଅନେକ ଲୋକଙ୍କ ଜୀବନ ଯିବା ପରେ ରବିବାର ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହିତ ସେଠାରେ ଯେକୌଣସି ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଆସାମ ରାଇଫଲ୍ସ ଇମ୍ଫାଲ ଉପତ୍ୟକାର ଦୁର୍ଗମ ଅଂଚଳରେ ଆଣ୍ଟି ଡ୍ରୋନ୍ ସିଷ୍ଟମ ମୁତୟନ କରିଛି।

    ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ରବିବାର ଏ ପର୍ଯ୍ୟନ୍ତ କୌଣସି ନୂଆ ହିଂସାକାଣ୍ଡ ଘଟିନାହିଁ। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସୁରକ୍ଷା ବାହିନୀ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି।
    ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ରାଜ୍ୟ ପୁଲିସକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ହସ୍ତାନ୍ତର କରିଛି।

    ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ରବିବାର ଏ ପର୍ଯ୍ୟନ୍ତ କୌଣସି ନୂଆ ହିଂସାକାଣ୍ଡ ଘଟିନାହିଁ। ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସୁରକ୍ଷା ବାହିନୀ ସହ ସମନ୍ୱୟ ରକ୍ଷା କରି ସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ରାଜ୍ୟ ପୁଲିସକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ହସ୍ତାନ୍ତର କରିଛି।
    ମଣିପୁରରେ ଚାଲିଥିବା ଜାତିଗତ ସଂଘର୍ଷ ମଧ୍ୟରେ ଆକ୍ରମଣ ପାଇଁ ଡ୍ରୋନ୍ ମଧ୍ୟ ବ୍ୟବହାର କରାଯାଉଛି। ଏହାକୁ ନେଇ ସୁରକ୍ଷା ବଳ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି । ସେପ୍ଟେମ୍ବର ପହିଲାରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଉଟ୍ରୁକ୍ ଗ୍ରାମରେ ପ୍ରଥମେ ବିସ୍ଫୋରକ ପକାଇବା ପାଇଁ ରିମୋଟ୍ କଣ୍ଟ୍ରୋଲ୍ ଡ୍ରୋନ୍ ବ୍ୟବହାର କରାଯାଇଥିଲା। ଏହି ଆକ୍ରମଣରେ ବନ୍ଧୁକ ମଧ୍ୟ ବ୍ୟବହୃତ ହୋଇଥିଲା ଏବଂ ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ