Sunday, September 27, 2026
27.3 C
Odisha

    ପରିବେଶ ପାଇଁ ପ୍ରତିବଦ୍ଧ ଅନୁଷ୍କା

    ଆଗକୁ ପଢନ୍ତୁ

    ହିନ୍ଦୀ ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଅନୁଷ୍କା ସେନ୍ ମାତ୍ର ୨୧ ବର୍ଷ ବୟସରେ ବିଶ୍ବ ମଞ୍ଚରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ତାଙ୍କର ବିଶେଷତ୍ବ ହେଲା ଅଳ୍ପ ବୟସରୁ ପରିବେଶ ପ୍ରତି ସେ ନିଜର ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି। ଗତ ମାସ ଦୁବାଇରେ ଆୟୋଜିତ ଜାତିସଂଘର ‘କପ୍‌ ୨୮’ ସମ୍ମିଳନୀରେ ଅନୁଷ୍କା ଭାରତର ପ୍ରତିନିଧିତ୍ବ କରିଥିଲେ। ଏକମାତ୍ର ଭାରତୀୟ ଭାବେ ସେ ସେଠାରେ କଣ୍ଠଦାନ ମଧ୍ୟ କରିଥିଲେ। ବିଭିନ୍ନ ଦେଶର କଣ୍ଠଶିଳ୍ପୀଙ୍କ ସହିତ ଅନୁଷ୍କା ‘ଲାଷ୍ଟିଙ୍ଗ୍‌ ଲିଗାସି’ ନାମକ ଗୀତ ପରିବେଷଣ କରିଥିଲେ ଯାହା ପ୍ରକୃତିର ବିନାଶ ଓ ଜଳବାୟୁ ପରିବର୍ତ୍ତନକୁ ରୋକିବା ଦିଗରେ ଲଢ଼ିବା ପାଇଁ ସମଗ୍ର ବିଶ୍ବକୁ ବାର୍ତ୍ତା ଦେଇଥିଲା।

    ଜଳବାୟୁ ପରିବର୍ତ୍ତନ କାରଣରୁ ବିପଦଗ୍ରସ୍ତ ତଥା ସ୍ଥାନାନ୍ତରିତ ଲୋକମାନଙ୍କୁ ସମର୍ଥନ ପାଇଁ ମଧ୍ୟ ଏହି ଗୀତରେ ବାର୍ତ୍ତା ରହିଥିଲା। ଅନୁଷ୍କା କହନ୍ତି ଯେ ଏ ପୃଥିବୀ ହେଉଛି ଆମର ଘର, ତେଣୁ ଆମକୁ ଏହାର ଯତ୍ନ ନେବାକୁ ପଡ଼ିବ। ସେହିପରି ଦକ୍ଷିଣ କୋରିଆର ପର୍ଯ୍ୟଟନ ବିଭାଗର ସେ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ ହୋଇଛନ୍ତି, ଯେଉଁ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ପ୍ରବେଶ କରିନଥିଲେ। ଉଲ୍ଲେଖଯୋଗ୍ୟ ଯେ ସେ ୨୦୨୨ରୁ କୋରିଆର ମନୋରଂଜନ ଶିଳ୍ପରେ କାମ କରୁଛନ୍ତି। ଖୁବ୍ ଶୀଘ୍ର ସେ ଜଣେ ବିଶ୍ବସ୍ତରୀୟ ଭାରତୀୟ ତାରକା ପାଲଟିବେ ବୋଲି ପର୍ଯ୍ୟବେକ୍ଷକମାନେ ମତ ପ୍ରକାଶ କରୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.3 ° C
    27.3 °
    27.3 °
    75 %
    2kmh
    51 %
    Sun
    29 °
    Mon
    30 °
    Tue
    30 °
    Wed
    29 °
    Thu
    30 °

    ସମ୍ବନ୍ଧିତ