Saturday, October 10, 2026
30.1 C
Odisha

    ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବାକୁ ଥିବା ରାମଲଲାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ଶିଳ୍ପୀ କିଏ ଜାଣନ୍ତୁ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଶ୍ରୀରାମ ମନ୍ଦିରର ଉଦଘାଟନ ସମୟ ପାଖେଇ ଆସିଲାଣି। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ ହେବାକୁ ଥିବ‌ା ମୂର୍ତ୍ତି ବି ଚୟନ ହୋଇଯାଇଛି। ଗର୍ଭଗୃହରେ ମଇସୁରର ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲଲାଙ୍କ ୫୧ଇଞ୍ଚର ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଜାନୁଆରି ୫ ତାରିଖରେ ଏହାର ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ଶୋଭା କରନ୍ଦଲାଜେ ଏବଂ ପ୍ରତାପ ସିମହା ଏହାର ସୂଚନା ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି।

    ରାମଲଲାଙ୍କ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ତିନିଜଣ ଶିଳ୍ପୀଙ୍କୁ ଦିଆଯାଇଥିଲା। ଏହି ତିନିଜଣ ଶିଳ୍ପୀ ଭିନ୍ନଭିନ୍ନ ସ୍ଥାନରେ ମୂର୍ତ୍ତି ନିର୍ମାଣ କରିଥିଲେ। ରାମମନ୍ଦିରର ଗର୍ଭଗୃହରେ ସ୍ଥାପନ ପାଇଁ ତିନିଟି ମୂର୍ତ୍ତି ମଧ୍ୟରୁ କେଉଁ ମୂର୍ତ୍ତି ସ୍ଥାପନ ହେବ ତାହାର ଚୟନ ହୋଇଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଯେଉଁଠାରେ ରାମ ଅଛନ୍ତି, ସେଠାରେ ହନୁମାନ ଅଛନ୍ତି। ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଦେଶର ପ୍ରସିଦ୍ଧ ଶିଳ୍ପୀ, ଆମର ଗର୍ବ ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ।

    ଅରୁଣ ଯୋଗୀରାଜ କିଏ ଆସନ୍ତୁ ଜାଣିବା।

    ଅରୁଣ ଯୋଗୀରାଜ କର୍ଣ୍ଣାଟକର ଜଣେ ପ୍ରସିଦ୍ଧ ଶିଳ୍ପୀ। ସେ ମଇସୁର ବିଶ୍ୱବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଜଣାଶୁଣା ଶିଳ୍ପୀ ଯୋଗୀରାଜଙ୍କ ପୁତ୍ର । ତାଙ୍କ ପାଞ୍ଚ ପିଢ଼ି ପ୍ରତିମା ତିଆରି କରିଆସୁଛନ୍ତି।

    ଯୋଗୀରାଜ ସୁଭାଷ ଚନ୍ଦ୍ର ବୋଷଙ୍କ ୩୦ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ନେତାଜୀଙ୍କ ଏହି ପ୍ରତିମୂର୍ତ୍ତି ଅମର ଯବାନ୍ ଜ୍ୟୋତି ଠାରେ ରହିଛି। ଏଥିସହିତ ସେ କେଦାରନାଥରେ ଆଦି ଶଙ୍କରାଚାର୍ଯ୍ୟଙ୍କର ୧୨ଫୁଟ ଉଚ୍ଚର ପ୍ରତିମ‌ା ନିର୍ମ‌ାଣ କରିବା ସହିତ ରାମକୃଷ୍ଣ ପରମହଂସଙ୍କର ବି ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    55 %
    3.3kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ