Saturday, July 27, 2024
24.6 C
Odisha

    ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ ଲୋକାର୍ପିତ: ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଲୋକାର୍ପିତ ହେଲା ବରମୁଣ୍ଡା ବସ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନବନିର୍ମିତ ବରମୁଣ୍ଡାର ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଷ୍ଟାଣ୍ଡର ଉଦଘାଟନ କରିଛନ୍ତି । ପ୍ରାୟ ୨୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବସଷ୍ଟାଣ୍ଡରେ ଏୟାରପୋର୍ଟ ଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ଯାତ୍ରୀଙ୍କ ରହଣୀ ପାଇଁ ବିଶ୍ରାମ ସ୍ଥାନଠାରୁ ଆରମ୍ଭ କରି ଲିଫ୍ଟ, ଏସ୍କେଲେଟର, ଟିକେଟ କାଉଂଟର, ଏଟିଏମ୍, କୋରିୟର ସେବା, ପୁଲିସ ଆଉଟପୋଷ୍ଟ, ଫୁଡ଼ କୋର୍ଟ, ଲଗେଜ ସ୍କାନର, କରିଡ଼ର, ଶୌଚାଳୟ ସମେତ ଭିନ୍ନକ୍ଷମଙ୍କ ପାଇିଁ ସ୍ୱତନ୍ତ୍ର ସୁବିଧା କରାଯାଇଛି । କେବଳ ସେତିକି ନୁହେଁ ବସ୍ ଚଳାଚଳ ସୁବିଧାକୁ ଆଖି ଆଗରେ ରଖି ରେଡ଼ିଓ ଫ୍ରିକୱେନ୍ସି ଆଇଡ଼େଂଟିଫିକେସନ କାର୍ଡ଼ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଟ୍ରାଏଲ ରନ୍ ହୋଇସାରିଛି । ଟର୍ମିନାଲ ଭିତରେ ମିଶନ ଶକ୍ତି କାଫେ, ମିଲେଟ ଶକ୍ତି କାଫେ, ଆହାର କେନ୍ଦ୍ର ହୋଇଛି । ଏଥିସହ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଉଦ୍ଦେଶ୍ୟରେ ଏକ ଲାଇବ୍ରେରୀ ରହିବ । ଏଠାରେ ସମ୍ବିଧାନ ପ୍ରଦର୍ଶିତ ହେବ । ଯାହାଦ୍ୱାରା ଯୁବପିଢୀ ଦେଶର ମହାପୁରୁଷଙ୍କ ସମେତ ସମ୍ବିଧାନକୁ ପଢିବାର ସୁଯୋଗ ପାଇ ପାରିବେ । ୨୮ ହଜାର ବର୍ଗମିଟରରେ ତିଆରି ହୋଇଥିବା ଏହି ବସ୍ ଟର୍ମିନାଲରେ ୧୫୦ଟି ବସ୍ ୱେ’ରେ ବସ୍ ଲାଗିବାର ବ୍ୟବସ୍ଥା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ