Sunday, July 27, 2025
25.2 C
Odisha

    ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ: କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି

    ଆଗକୁ ପଢନ୍ତୁ

    ବିଜେଡିରୁ ଇସ୍ତଫା ଦେଲେ ଭର୍ତ୍ତୁହରି ମହତାବ । ପ୍ରେସମିଟ କରି ସୂଚନା ଦେଲେ ଭର୍ତ୍ତୁହରି । କହିଲେ, ଭଗ୍ନ ହୃଦୟର ସହ ବିଜେଡିରୁ ଇସ୍ତଫା ଦେଇଛି । ଅପରାହ୍ନ ୪ଟାରେ ପଠାଇଛି ଚିଠି । ବନ୍ଧନରେ ରହିଲା ଭଳି ଅନୁଭବ କଲାପରେ ଇସ୍ତଫା ଦେଇଛି । ମୋ ଧୈର୍ଯ୍ୟର ସୀମା ଅତିକ୍ରମ କରିଛି । ଅଢେଇ ବର୍ଷ ହେବ ଆଉ କିଛି ମତ ପ୍ରକାଶ କରୁନାହିଁ । ଦଳ ତିଆରି ହେବା ବେଳେ ଗୋଟେ ଦାୟିତ୍ୱ ଥିଲା । ଏବେ ତାହା ହଜି ସାରିଛି । ମୁଁ ଦଳରୁ ବାହାରକୁ ଗଲେ ଓଡିଶା ଗଢିପାରିବି । ୧୯୯୭ ମସିହାରେ ଯେଉଁ ଲକ୍ଷ୍ୟ ନେଇ ବିଜେଡି ଗଠନ ହୋଇଥିଲା ତାହାକୁ ପୂରଣ କରିବି ।ଭର୍ତ୍ତୁହରିଙ୍କ ନାଁରେ ଥାନାରେ ଏକ ଚାର୍ଜଫ୍ରେମ ହୋଇଥିଲା । ଆଉ ଏହାକୁ ନେଇ ସେ କହିଛନ୍ତି, ସରକାର ବିଜେଡିର ଆଉ ମକଦ୍ଦମା ବି ବିଜେଡି କରିଛି, ଆଉ କରିଛି ବିଜେଡି ନେତାଙ୍କ ବିରୋଧରେ ପୁଣି ୧୧ ବର୍ଷ ପରେ । ତେବେ ବିଜେଡି ଛାଡିବା ପରେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରିନାହାନ୍ତି । ଭର୍ତ୍ତୁହରି କଟକରୁ ୬ଥର ସାଂସଦ ହୋଇଛନ୍ତି । ତେବେ କିଛି ଦିନ ହେବ ବିଜେଡି ସହ ତାଙ୍କ ସମ୍ପର୍କର କିଛି ତାଳମେଳ ରହୁନଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    87 %
    1.6kmh
    100 %
    Sun
    26 °
    Mon
    29 °
    Tue
    24 °
    Wed
    25 °
    Thu
    31 °

    ସମ୍ବନ୍ଧିତ