Monday, August 24, 2026
25.6 C
Odisha

    ଏଥର ଚିଲିକାରେ ୧୮୭ ପ୍ରଜାତିର ୧୧.୩୭ ଲକ୍ଷ ପକ୍ଷୀ, ନଳବଣରେ ସର୍ବାଧିକ ବିହଙ୍ଗଙ୍କ ସମାବେଶ

    ଆଗକୁ ପଢନ୍ତୁ

    ବାଲୁଗାଁ: ମରାଳମାଳିନୀ ନିଲାମ୍ବୁ ଚିଲିକାରେ ଗୁରୁବାର ସନ୍ଧ୍ୟାରେ ୨୦୨୩/୨୪ ବର୍ଷପାଇଁ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି। ଖୋର୍ଦ୍ଧା, ପୁରୀ ଓ ଗଂଜାମ ଜିଲ୍ଲାର ୫ଟି ରେଞ୍ଜ (ବାଲୁଗାଁ, ଚିଲିକା, ଟାଙ୍ଗି, ସାତପଡ଼ା ଓ ରମ୍ଭା)କୁ ନେଇ ସମଗ୍ର ଚିଲିକା ଗଠିତ ହୋଇଥିବା ବେଳେ ପକ୍ଷୀ ଗଣନା ଅନୁଯାୟୀ ଚଳିତବର୍ଷ ୧୮୭ ପ୍ରଜାତିର୧୧ଲକ୍ଷ ୩୭ହଜାର ୭୫୯ପକ୍ଷୀ ଦେଖାଦେଇଛି। ଚଳିତ ବର୍ଷ ଚିଲିକାରେ ପକ୍ଷୀମାନଙ୍କର ସମାଗମ ଅଧିକ ହୋଇଛି।
    ନଳବଣରେ ସମୁଦାୟ ୩ ଲକ୍ଷ ୪୭ ହଜାର ୨୮୦ଟି ପକ୍ଷୀ ଥିବା ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଜଣାପଡ଼ିଛି। ବିଶେଷକରି ବାଲୁଗାଁ ରେଞ୍ଜର ନଳବଣରେ ଅଧିକ ଦେଖା ଦେଇଥିବା ସ୍ଥଳେ ସବୁଠାରୁ କମ ବାଲୁଗାଁ ରେଞ୍ଜର ନଇରୀ ଓ ସୋରଣ ଅଞ୍ଚଳ ରହିଛି। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ଗୁରୁବାର ପକ୍ଷୀ ଗଣନାରେ ଚିଲିକାରେ ୧୯ଟି ଦଳ ଜଳ ଭାଗରେ ରହି ପକ୍ଷୀ ଗଣନା କରୁଥିବା ବେଳେ ସ୍ଥଳପଥରେ ରହି ୨ଟି ଦଳ ପକ୍ଷୀ ଗଣନା କରୁଥିଲେ ବୋଲି ଡିଏଫଓ ଅମ୍ଳାନ କୁମାର ନାଏକ କହିଛନ୍ତି। ଏହି ଗଣନା କାର୍ଯ୍ୟରେ ବିଶେଷଜ୍ଞ, ବିଶାରଦ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ସାମିଲ ହୋଇ ଗଣନା କାର୍ଯ୍ୟ କରିଥିଲେ।
    ସୁଦୂର ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ରୁଷ, କାଜାକସ୍ଥାନ, ଇରାନ ଆଦି ବରଫବୃତ ଅଞ୍ଚଳରୁ ହଜାରହଜାର କିଲୋମିଟର ଉଡି ଆସି ଅକ୍ଟୋବର ତୃତୀୟ ସପ୍ତାହରୁ ଫେବ୍ରୁଆରି ଶେଷ ସପ୍ତାହ ପର୍ଯ୍ୟନ୍ତ ଚିଲିକାକୁ ନିଜ ବାସସ୍ଥାନ ରୂପେ ବାଛି ନିଅନ୍ତି। ଚିଲିକାରେ ପ୍ରଚୁର ପରିମାଣର ଗୁଳ୍ମ ଜାତୀୟ ଖାଦ୍ୟ, କୃମି ଓ ଛୋଟଛୋଟ କୀଟ ସହିତ ଛୋଟ ମାଛ ଖାଇବାକୁ ଭଲ ପାଆନ୍ତି। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଚଳିତ ବର୍ଷ ୮୨୦ ଦେଖା ଦେଇଛି। ସେହିପରି ଉଇଜନ ୧ ଲକ୍ଷ ୪୦ ହଜାର ୩୮୨ ନର୍ଦନ ପ୍ରିଣ୍ଟେଲ ୨ ଲକ୍ଷ ୧୮ ହଜାର ୨୫୪ ଗଡ଼ୱାଲ ୧ ଲକ୍ଷ ୫୬ ହଜାର ୬୩୬କମନକୁଟ ଦେଖାଦେଇଛି।
    ଚଳିତବର୍ଷ ନୂତନ ପକ୍ଷୀ ଭାବରେ ନଳବଣରେ ଅଲାଜଫିସ ଫିଗରନାମକଭିପକ୍ଷୀ ଦେଖାଦେଇଛି। ଗତ ବର୍ଷ ତୁଳନାରେ ୫ହଜାର ୮୩୦ଅଧିକ ଥିବା ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଜଣାପଡିଛି। ବନ୍ୟପ୍ରାଣୀ ବିଭାଗ ଡିଏଫଓ ଅମ୍ଳାନ କୁମାର ନାୟକଙ୍କ ନେତୃତ୍ୱରେ ମୁଖ୍ୟ ବନ ସଂରକ୍ଷକ ବିକାଶ ରଞ୍ଜନ ଦାଶ, ନାଚୁରାଲ ହିଷ୍ଟ୍ରି ସୋସାଇଟିର ଉପ ନିର୍ଦ୍ଦେଶକ ଡ଼ଃ ପି ସାଥିଆସଭାଲମ, ଏସିଏଫ ଶତାବ୍ଦୀ ମିଶ୍ର ,ଏସିଏଫ ପ୍ରମୋଦ କୁମାର ସେଠି, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜିତ କୁମାର ଓ ଅନେକ ବିଶେଷଜ୍ଞ, ବିଶାରଦ, ବିଭିନ୍ନ କଲେଜର ଅଧ୍ୟାପିକା, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ୨୦୨୨/୨୩ ବର୍ଷରେ ସମଗ୍ର ଚିଲିକାରେ ୧୮୪ପ୍ରଜାତିର ୧୧ଲକ୍ଷ ୩୧ହଜାର ୯୨୯ଟି ପକ୍ଷୀଙ୍କ ସଂଖ୍ୟା ଥିବା ବେଳେ ନଳବଣରେ ୩ଲକ୍ଷ ୪୨ହଜାର୮୯୭ଟି ପକ୍ଷୀ ଥିଲେ। ଚଳିତବର୍ଷ ପାଣିପାଗ ଭଲ ଥିବା ଦୃଷ୍ଟିରୁ ପକ୍ଷୀସଂଖ୍ୟା ଅଧିକ ହୋଇଛନ୍ତି।
    ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଲାଗି ବିଭାଗୀୟ ପକ୍ଷରୁ କଡାକଡି ବ୍ୟବସ୍ଥା କରାଯାଇଛି । (ପକ୍ଷୀ ଗଣନା କେମିତି ହୁଏ) ଚିଲିକାରେ ୩ଟି ପଦ୍ଧତିରେ ପକ୍ଷୀ ଗଣନା କାର୍ଯ୍ୟ ହୋଇଥାଏ। ବ୍ଲକ, କ୍ଷୁଦ୍ର ଓ ମଧ୍ୟମା ବ୍ଲକରେ ଗୋଟିଏ ଜୋନରେ ବସିଥିବା ଅସଂଖ୍ୟ ପକ୍ଷୀ ସମାଗମକୁ ଦୂର ବିକ୍ଷଣ ଯନ୍ତ୍ର ମାଧ୍ୟମରେ ଗୋଟିଏ ଯୋନରେ ବ୍ଲକ କରି ପକ୍ଷୀ ବିଶେଷଜ୍ଞ ଓ ବିଶାରଦଙ୍କ ଦ୍ଵାରା ଗଣନା କାର୍ଯ୍ୟ ହୋଇଥାଏ। ବ୍ଲକରେ ପକ୍ଷୀ ସମଷ୍ଟିକୁ ନିର୍ଣ୍ଣୟ ପରେ ଜିପିଏସ ସ୍କେଲରେ ପକ୍ଷୀ ଗଣନା ହୋଇଥାଏ। ଗଣନା ବେଳେ ଗୋଟିଏ ଗୋଟିଏ ଯୋନରୁ ଉଡ଼ି ଆସି ଅନ୍ୟ ଏକ ଯୋନକୁ ଚାଳଯାଆନ୍ତି। ତେବେ ୱାକିଟକି ଦ୍ଵାରା ଉକ୍ତ ଜୋନରେ ପକ୍ଷୀମାନଙ୍କ ସମ୍ପର୍କରେ ସୂଚନା ଦିଆଯାଇଥାଏ। ଏହାଦ୍ବାରା ପ୍ରଥମ ଯୋନରୁ ଏହି ପକ୍ଷୀମାନଙ୍କ ସଂଖ୍ୟା ବିୟୋଗ କରାଯାଇଥାଏ ଏବଂ ଦ୍ଵିତୀୟ ଯୋନରେ ଯୋଗ କରାଯାଇଥାଏ। ସେହିପରି ମଧ୍ୟମ ପଦ୍ଧତିରେ ଦୂର ବିକ୍ଷଣ ଯନ୍ତ୍ର ଦ୍ୱାରା ସ୍ୱତନ୍ତ୍ର ସଂଖ୍ୟକ ପକ୍ଷୀକୁ ୪ ,୮ ,୧୦ ଓ ୧୨ ଭାବରେ ଗଣନା କରାଯାଏ। ସେହିପରି କ୍ଷୁଦ୍ର ପଦ୍ଧତିରେ ସିଧାସଳଖ ଗଣନା କରାଯାଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    93 %
    1.7kmh
    100 %
    Mon
    26 °
    Tue
    29 °
    Wed
    29 °
    Thu
    25 °
    Fri
    28 °

    ସମ୍ବନ୍ଧିତ