Sunday, October 4, 2026
30.6 C
Odisha

    ମୋଦୀ କେବଳ ‘ଗ୍ୟାରେଣ୍ଟି’ ଦିଅନ୍ତି, କିନ୍ତୁ ଗ୍ୟାରେଣ୍ଟି ପୂରଣ ହୁଏ ନାହିଁ : ପାଓ୍ବାର

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ରାଜନୈତିକ ସ୍ଥିତି ଭାରତୀୟ ଜନତା ପାର୍ଟି (ବିଜେପି) ପାଇଁ ଅନୁକୂଳ ନୁହେଁ ବୋଲି ଏନସିପି ପ୍ରତିଷ୍ଠାତା ଶରଦ ପାୱାର କହିଛନ୍ତି। ପଶ୍ଚିମ ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ଶିରିଡିଠାରେ ଆୟୋଜିତ ଏକ ଦଳୀୟ ସମ୍ମିଳନୀରେ ଏନସିପି କର୍ମୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ବିଜେପି ଅନେକ କାର୍ଯ୍ୟକ୍ରମ ଘୋଷଣା କରିଥିଲା ଏବଂ ଅନେକ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା ଏବଂ ଲୋକମାନେ “ପ୍ରତାରିତ” ହୋଇଥିଲେ। ଲୋକମାନେ ଏବେ ଏହା ଅନୁଭବ କରିବା ଆରମ୍ଭ କରିଛନ୍ତି । ଏଣୁ ଦେଶର ସ୍ଥିତି ବିଜେପି ପାଇଁ ଅନୁକୂଳ ନୁହେଁ ବୋଲି ସେ କହିଛନ୍ତି।
    ପାଓ୍ବାର କହିଛନ୍ତି ଯେ ବିଜେପି ନେତାମାନେ ମୋଟ ୫୪୩ ରୁ ୪୦୦ରୁ ଅଧିକ ଲୋକସଭା ଆସନ ଜିତିବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଏହି ଦଳ ବର୍ତ୍ତମାନ ଅନେକ ରାଜ୍ୟରେ କ୍ଷମତାରେ ନାହିଁ। କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ବିଜେପି କ୍ଷମତାରୁ ଦୂରେଇ ରହିଛି।

    ୨୦୨୪-୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତିରେ ପରିଣତ ହେବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଏହା ଏହାର ୫୦ ପ୍ରତିଶତ ମଧ୍ୟ ନୁହେଁ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କେବଳ ‘ଗ୍ୟାରେଣ୍ଟି’ ଦିଅନ୍ତି। କିନ୍ତୁ ଗ୍ୟାରେଣ୍ଟି ପୂରଣ ହୁଏ ନାହିଁ। ପାୱାରଙ୍କ ଦଳ ଏନସିପି ବିରୋଧୀ ମେଣ୍ଟ ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ (ଇଣ୍ଡିଆ)ର ମେଣ୍ଟର ଏକ ଅଂଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ