Thursday, June 18, 2026
26.9 C
Odisha

    ବିଜେଡିରୁ ବହିଷ୍କୃତ ହେଲେ ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର:ସମ୍ବଲପୁର ଜିଲ୍ଲା ବିଜେଡି ଉପଦେଷ୍ଟା ପ୍ରମୋଦ ରଥ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ସୂଚନା ମିଳିଛି । ସୁଚନା ଦେଇଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ଗତକାଲି ସମ୍ବଲପୁର ଠାରୁ ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେଡି ପର୍ଯ୍ୟବେକ୍ଷକ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଜିଲ୍ଲାର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଆଜି ବିଜେଡି ଜିଲ୍ଲା ଉପଦେଷ୍ଟା ପ୍ରମୋଦ ରଥଙ୍କ ଦଳ ବିରୋଧୀ କାର୍ଯ୍ୟ ସମ୍ପର୍କରେ ପ୍ରମାଣ ମିଳିବା ପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.9 ° C
    26.9 °
    26.9 °
    69 %
    4.2kmh
    98 %
    Thu
    27 °
    Fri
    35 °
    Sat
    38 °
    Sun
    35 °
    Mon
    37 °

    ସମ୍ବନ୍ଧିତ