Saturday, March 7, 2026
29.5 C
Odisha

    ରାଜଧାନୀକୁ ଅଳିଆ,ଆବର୍ଜନାର ପାହାଡ଼ ଓ ଦୁର୍ଗନ୍ଧରୁ ମୁକ୍ତି ପାଇଁ ଏ “ସତ୍ୟାଗ୍ରହ” :ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭୀଚାରର ପାହାଡ’ରାଜ୍ୟର ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରିସାରିଛି, ଯାହାକି ସାଧାରଣ ଜନତାଙ୍କୁ ଅତ୍ୟବ୍ୟସ୍ତ କରିସାରିଲାଣି । ଗୋଟିଏ ପଟେ ରାଜଧାନୀରେ ବିଏମସି ପ୍ରଶାସନ ସ୍ଥାଣୁ ପାଲଟି ସାରିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ଅନ୍ଧ, ମୁକ, ବଧିର ପାଲଟିଛନ୍ତି । ସାଧାରଣ ଜନତାଙ୍କ ସ୍ୱାର୍ଥ ପାଇଁ ଜିଲ୍ଲା ବିଜେପି ତରଫରୁ ଆରମ୍ଭ ହୋଇଥିବା ଏହି ସତ୍ୟାଗ୍ରହ ବର୍ତ୍ତମାନ ଭୁବନେଶ୍ୱରରେ ଏକ ଜନଆନ୍ଦୋଳନ ରେ ପରିଣତ ହେଲାଣି।ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସ୍ମାର୍ଟ ସିଟି ଭୁବନେଶ୍ୱରବାସୀଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇପଡିଛି ରାଜଧାନୀରେ। କୃତ୍ରିମ ଅଳିଆ ପାହାଡ଼ କୁ ନେଇ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ୨୦ ଦିନ ସତ୍ୟାଗ୍ରହ ପରେ ସରକାରଙ୍କ ଉଦାସିନତା ବିରୋଧରେ ବିଜେପି ତାର ସତ୍ୟାଗ୍ରହ କୁ ଆହୁରି ଶାଣିତ କରିଛି। ସୈନିକ ସ୍କୁଲ ସମ୍ମୁଖରେ ସତ୍ୟାଗ୍ରହ ରେ ବସିବା ସହ ବିଜେପି କାର୍ଯ୍ୟକର୍ତ୍ତା ଭୁବନେଶ୍ୱରର ପ୍ରତ୍ୟେକ ଘରକୁ ଘର ଜାଇ ସମସ୍ତଙ୍କୁ ସଚେତନ ପାଇଁ କରପତ୍ରକ ବାଣ୍ଟୁଛନ୍ତି ।ଭାରତୀୟ ଜନତା ପାର୍ଟି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଭୁବନେଶ୍ୱର ସହର କୁ ଅଳିଆ ଆବର୍ଜନା ମୁକ୍ତ କରିବା ପାଇଁ ବଡ଼ ଜନ ଆନ୍ଦୋଳନ କରିବାକୁ ଉଦ୍ୟମରତ।ରାଜଧାନୀର ମଧ୍ୟବର୍ତୀ ଅଂଚଳରେ ଥିବା ଗାଡକଣସ୍ଥିତ ‘ଅସ୍ଥାୟୀ ଡମ୍ପିଂ ୟାର୍ଡ’ଆଜି ‘ସ୍ଥାୟୀ ଡମ୍ପିଂ ୟାର୍ଡ’ରେ ପରିଣତ ହୋଇ କୃତ୍ରିମ ପାହାଡର ଭ୍ରମ ସୃଷ୍ଟି କରିଛି । ଅଳିଆ ଆବର୍ଜନାପୂର୍ଣ୍ଣ ଏହି କୃତ୍ରିମ ପାହାଡରୁ ନିର୍ଗତ ଅସହ୍ୟ ର୍ଦୁଗନ୍ଧ କାରଣରୁ ଲୋକଙ୍କ ଜୀବନ ଅତିଷ୍ଠ ହୋଇପଡିଛି । ଲୋକେ ଗୃହ ବନ୍ଦୀ ହୋଇ ରହିଛନ୍ତି ।ଏହାକୁ ସମ୍ପୂର୍ଣ ଉଚ୍ଛେଦ ପାଇଁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ପକ୍ଷରୁ ସୈନିକ ସ୍କୁଲ ସମ୍ମୁଖରେ ସତ୍ୟାଗ୍ରହ ରେ ବିଜେପି ବସିଛି।ବିଏମସି ଜନବସତି ମଧ୍ୟରେ ଅଳିଆ ପାହାଡ କରିନିତ, ଲୋକଙ୍କ ମୃତ୍ୟୁ ଲାଗି ଶଯ୍ୟା ପସ୍ତୁତ କରିଛି।ଭୁବନେଶ୍ଵରକୁ ଆବର୍ଜନା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବାରେ ବିଜୁ ଜନତା ଦଳ ୧ ନମ୍ବର। ନବୀନ ବାବୁ ଏହି ‘ଡମ୍ପିଂ ୟାର୍ଡ’ର ସ୍ଥାୟୀ ସମାଧାନ ନକଲେ ଭାରତୀୟ ଜନତା ପାର୍ଟି ଏହି ସତ୍ୟାଗ୍ରହକୁ ଏହିପରି ଜାରି ରଖିବ।ଲୋକଙ୍କର ସାଧାରଣ ଜୀବନ ବିପଦଜନକ ପରିସ୍ଥିତି ରେ ଥିବାବେଳେ ଦାୟିତ୍ବରେ ଥିବା ବିଜୁ ଜନତା ଦଳର ବିଧାୟକ ଓ ମେୟରଙ୍କ ନିରବତା ସାଧାରଣ ଲୋକମାନଙ୍କ ଭିତରେ ଭୟ ଓ ନିରୁତ୍ସାହ ସୃଷ୍ଠି କରୁଛି। ତେଣୁ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ।ବିଜୁ ଜନତା ଦଳ କେବଳ ରାଜନୀତି କରିବାରେ ବେସ୍ତ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବା ରେ ନୁହେଁ ,ଏହା ନୈତିକ ହିନ ରାଜନେତା ମାନଙ୍କ ଲକ୍ଷଣ।ଭୁବନେଶ୍ୱର ରେ ଦୂଷିତ ପାଣି, ପବନ ଓ ଦୁର୍ଗନ୍ଧରୁ ମୁକ୍ତି ପାଇଁ ଏ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।

    ଅଳିଆ, ଆବର୍ଜନା ର ପାହାଡ଼ ଓ ଦୁର୍ଗନ୍ଧ ରୁ ମୁକ୍ତି ପାଇଁ ଏ “ସତ୍ୟାଗ୍ରହ” । ଏ ରାଜନୀତିର ବିଷୟ ନୁହେଁ ବରଂ ଲୋକ ନୀତି ଓ ଲୋକଙ୍କ ସ୍ବାସ୍ଥ୍ୟ ର ବିଷୟ। ଏହା ସମସ୍ତଙ୍କ ର ମୌଳିକ ଅଧିକାର ଓ ପ୍ରାଥମିକ ଆବଶ୍ୟକତା। ଶାସକ ପ୍ରଜାଙ୍କ ମଙ୍ଗଳ ପାଇଁ କାମ କରନ୍ତି, କିନ୍ତୁ ରାଜ୍ୟ ସରକାର ଏହାର ବ୍ୟତ୍ରିକ୍ରମ୍। ଏହା ଓଡ଼ିଶା ବାସୀଙ୍କର ଦୁର୍ଭାଗ୍ୟ। ଆମକୁ ଦେଖି ଅଳିଆ କୁ ଲୁଚେଇଲେ ଲୁଚିବ ନାହିଁ, କାରଣ ହାତୀମାରି କୁଲା ଘୋଡେଇବା ଭଳି ବିଷୟ। ଲୋକଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗ ଅତ୍ୟନ୍ତ ଉଦବେଗଜନକ। ଏହାକୁ ଯଥା ଶୀଘ୍ର ସମାଧାନ କରିବା ଅତ୍ୟନ୍ତ ଜରୁରୀ। ନଚେତ୍ ଏ ସତ୍ୟାଗ୍ରହ ଅହିଂସା ରୂପ ନେଇପାରେ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହଛନ୍ତି।

    ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ର ବିଭିନ୍ନ ଅନୁଷ୍ଠାନ ର ସଦସ୍ୟଙ୍କ ସମେତ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପିର ସମସ୍ତ ନେତୃତ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.5 ° C
    29.5 °
    29.5 °
    44 %
    2kmh
    18 %
    Sat
    35 °
    Sun
    36 °
    Mon
    37 °
    Tue
    39 °
    Wed
    39 °

    ସମ୍ବନ୍ଧିତ