Friday, May 17, 2024
37.2 C
Odisha

    ନବୀନଙ୍କ କଳା ଟଙ୍କା ଧରା ପଡିବା ପରେ ବିଜୁ ଜନତା ଦଳ ନିରାଶାରେ ଭାଙ୍ଗି ପଡିଛି : ବିଜେପି

    ଆଗକୁ ପଢନ୍ତୁ

    ଭୁୁବନେଶ୍ୱର: କଂଗ୍ରେସ ଦଳର ମଦ ମାଫିଆ ଓ ବିଜୁ ଜନତା ଦଳ ଭିତରେ ଚାଲିଥିବା ମଧୁ ଚନ୍ଦ୍ରିକାରେ ଚାଲିଥିବା ମଦ ବେପାର ଓ କଳା ଟଙ୍କା କାରବାର ଧରା ପଡି ଯିବା ପରେ ଏବେ ବିଜୁ ଜନତା ଦଳ ନିରାଶାରେ ଭାଙ୍ଗି ପଡିଛି । କଳା ଟଙ୍କା କାହାର, ମୁଖ୍ୟ ମନ୍ତ୍ରୀ କାହିଁକି ବୌଦ୍ଧ ଡିଷ୍ଟିଲାରୀକୁ ଅନୁଗ୍ରହ ଦେଖାଇଥିଲେ, କାହିଁକି ଗୋଟିଏ ନିର୍ଦିଷ୍ଟ କମ୍ପାନୀକୁ ପୂରା ପଶ୍ଚିମ ଓଡିଶାର ମଦ ଠିକା ଦିଆ ଯାଇଥିଲା ଏହାର ଉତର ସେମାନେ ଦେଇ ନ ପାରି ପ୍ରତିଦିନ ଗଣମାଧ୍ୟମ ଆଗରେ ନିଜର ଅତାର୍କିକ କଥା ମାନ କହୁଛନ୍ତି । ଝାଡଖଣ୍ଡର କଂଗ୍ରେସ ସାଂସଦ ତାଙ୍କର ଶାସନାଧୀନ ଝାଡଖଣ୍ଡ ରାଜ୍ୟରେ ଏହି କଳା ଟଙ୍କାକୁ ନ ରଖି ଓଡିଶାରେ କାହିଁକି ରଖିଥିଲେ । ଏଥିରୁ ପ୍ରମାଣିତ ହେଉଛି ଯେ ଏହି ଅର୍ଥ ବିଜୁ ଜନତା ଦଳ ପାଇଁ ରଖା ଯାଇଥିଲା ଓ ନବୀନ ପଟ୍ଟନାୟକ ସରକାର ଧୀରଜ ସାହୁ ଏଣ୍ଡ କୋ ର କଳା ସାମ୍ରାଜ୍ୟକୁ ସୁରକ୍ଷା ଦେଉଥିଲା । ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଦୁଇ ଜଣ ଅଣଓଡିଆ ଅଫିସରଙ୍କ ଚାପରେ ବିଜୁ ଜନତା ଦଳର ମୁଖପତ୍ର ମାନେ ଚାପଗ୍ରସ୍ତ ବୋଲି ବିଜେପି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
    ସେ କହିଛନ୍ତି, ବିବାଦ ଭିତରେ ଥିବା ବୌଦ୍ଧ ଡିଷ୍ଟିଲାରିର ଓଡିଶାରେ ଦେଶି ମଦ ବେପାରରେ ଏକ ଚାଟିଆ ଆଧିପତ୍ୟ ରହିଛି । ଏହା ପଛରେ ସରକାରଙ୍କ ଅବକାରୀ ନୀତି ଦାୟୀ । ଓଡିଶାରେ ୨୦୦୦ ମସିହାରୁ ଦେଶି ମଦଭାଟି କେବଳ ନବିକରଣ ହେଉଛି । ଏହାର ରିଅକ୍ସନ ବା ରିଟେଣ୍ଡରଙ୍ଗି ହେଉନାହିଁ । ଓଡିଶାରେ ୫୦ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି । ଓଡିଶାରେ ଆଜି “ମଦର ମହାନଦୀ” ସୃଷ୍ଟି ହୋଇଛି । କେବଳ ବଲାଙ୍ଗିର ଜିଲ୍ଲାରେ ଅଛି ମୋଟ ୬୨ଟା ମଦ ଭାଟି । ଦିନକୁ ୮ ଲକ୍ଷ ଲିଟର ମଦ ବିକ୍ରି ହେଉଛି ଓଡିଶାରେ । “ନ୍ୟାସନାଲ ଫ୍ୟାମିଲ ହେଲ୍‌ଥ ସର୍ଭେ” ଅନୁସାରେ ଗ୍ରାମାଂଚଳରେ ୩୦ ପ୍ରତିଶତ ଲୋକ ମଦ ପିଉଛନ୍ତି । ବିଜୁ ଜନତା ଦଳ ସରକାରର ଗୋଟିଏ ମିଶନ ଲୋକଙ୍କୁ ମଦୁଆ କରି ନିର୍ବାଚନ ପାଇଁ ଟଙ୍କା ଆଦାୟ କରିବା । ବିଜେଡି ବର୍ତମାନ ସମସ୍ତ ଆଂଚଳିକ ଦଳ ଭିତରେ ସବୁଠାରୁ ଧନି ଦଳ । ସେହି ଦଳ ପାଖରେ ମଦ ମାଫିଆଙ୍କ ଅର୍ଥ ରହିଛି । ଏବେ ସେହି କଳାଧନ ଧରା ପଡି ଯିବା କାରଣରୁ ବିଜେଡି ଚିନ୍ତାଗ୍ରସ୍ତ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.2 ° C
    37.2 °
    37.2 °
    31 %
    4.8kmh
    90 %
    Fri
    34 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ