Friday, October 16, 2026
22.3 C
Odisha

    ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ଡିଜି: ମାଓବାଦୀଙ୍କ ଉପରେ କହିଲେ ଏମିତି

    ଆଗକୁ ପଢନ୍ତୁ

    ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂଶଲ । ହେଲିକେପ୍ଟର ଯୋଗେ ଆଜି ଭବାନୀପାଟଣା ରିଜର୍ଭ ପୋଲିସ ପଡିଆରେ ପହଞ୍ଚିବା ପରେ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଟିତ ହୋଇଥିଲା । ଏଥିରେ ଡାଇରେକ୍ଟର ଇଣ୍ଟେଲିଜେନ୍ସ ସଞ୍ଜୀବ ପଣ୍ଡା, ଏଡିଜିପି ଦେବବ୍ରତ ସିଂ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଚରଣ ସିଂ ମୀନା, କଳାହାଣ୍ଡି ଏସପି ଅଭିଳାଷ ଜି, ବୌଦ୍ଧ ଏସପି ରାଜ ପ୍ରାସାଦ, କନ୍ଧମାଳ ଏସପି, ସୁଧାଂଶୁ ପାତ୍ର, ବଲାଙ୍ଗୀର ଏସପି ହୃଷୀକେଶ ଡି. ଖିଲାଡ଼ି, ନବରଙ୍ଗପୁର ଏସପି ରୋହିତ ବର୍ମା, ନୂଆପଡ଼ା ଏସପି ରାଘବେନ୍ଦ୍ର ରେଡ୍ଡୀ ଓ ସିଆରପିଏଫ ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ମାଓ ସ୍ଥିତିର ସମୀକ୍ଷା ସହ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ସମୀକ୍ଷା କରାଯାଇଥିଲା । ପରେ ଜିଲ୍ଲାର ମଦନପୁର ରାମପୁରକୁ ଯାଇ ଥାନା ପରିଦର୍ଶନ କରିବା ସହ ସ୍ଥାନୀୟ ସିଆରପିଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ ଡିଜିପି । ଜିଲ୍ଳାର ୧୩ଟି ବ୍ଲକ ମଧ୍ୟରୁ ୧୧ଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ସେହି ଅଞ୍ଚଳରେ ମାଓ ସ୍ଥିତି କିଭଳି ରହିଛି ତାହାର ଟିକିନିଖି ସମୀକ୍ଷା କରିଛନ୍ତି ଡିଜିପି । ଛତିଶଗଡ଼ ଅଞ୍ଚଳର ମାଓବାଦୀ କଳାହାଣ୍ଡି ଅଞ୍ଚଳର ବିଭିନ୍ନ ଜଙ୍ଗଲକୁ ଯିବା ଆସିବା କରୁଥିବା ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ