Monday, September 21, 2026
28.3 C
Odisha

    ଅମିତାଭଙ୍କ ‘ଇନ୍‌କିଲାବ୍‌’ ସିନେମା କ୍ଲିପ୍‌ ଦେଇ କଂଗ୍ରେସର ଚାନ୍ଦା ଆଦାୟକୁ ବିଦ୍ରୂପ କଲା ‘ବିଜେପି’

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆଗରୁ ଦଳ ପାଇଁ ସମ୍ବଳ ସଂଗ୍ରହ କରିବା ନିମନ୍ତେ କଂଗ୍ରେସର ଦେଶବ୍ୟାପୀ ଚାନ୍ଦା ଆଦାୟ ଅଭିଯାନ ‘ଦେଶ ପାଇଁ ଦାନକରନ୍ତୁ’କୁ ଅମିତାଭ ବଚ୍ଚନଙ୍କ ‘ଇନ୍‌କିଲାବ୍‌’ ସିନେମା କ୍ଲିପ୍‌ ଦେଇ ରବିବାର ଦିନ ‘ବିଜେପି’ ବିଦ୍ରୂପ କରିଛି।କଂଗ୍ରେସର ଏହି ଉପକ୍ରମ ‘ବିଜେପି’ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କାର୍ଯ୍ୟ ସହିତ ତୁଳନା କରିଛି। ସୂଚନାଯୋଗ୍ୟ, ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରେ ଥିବା ସାଂସଦ ସାହୁଙ୍କ ଘରେ ଚଢ଼ାଉ କରି ନଗଦ ୩୫୧ କୋଟି ଟଙ୍କା ଜବତ କରିଛି। ଅମିତାଭ ବଚ୍ଚନ ଓ କାଦର ଖାଁଦ୍ବାରା ଅଭିନୀତ ୧୯୮୪ରେ ମୁକ୍ତିଲାଭ କରିଥିବା ବଲିଉଡ୍‌ ଚଳଚ୍ଚିତ୍ର ‘ଇନ୍‌କିଲାବ୍‌’ର ଭିଡିଓ କ୍ଲିପ୍‌ ‘ଏକ୍ସ’ରେ ପୋଷ୍ଟ୍‌ କରି ‘ବିଜେପି’ କହିଛି, ଏ କ୍ଲିପ୍‌ର କାହାଣୀ ଓ ଚରିତ୍ର କାଳ୍ପନିକ ନୁହେଁ। ଦଳର ଚାନ୍ଦା ସଂଗ୍ରହ ଅଭିଯାନ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ କାର୍ଯ୍ୟ ସହିତ ମେଳ ଖାଉଛି।

    ସୂଚନାଯୋଗ୍ୟ, ଆଜି କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କଦ୍ବାରା ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି। କଂଗ୍ରେସ ଏହି ଅଭିଯାନର ଆରମ୍ଭ ବିଷୟରେ ଘୋଷଣା କରିବା ପରେ ‘ବିଜେପି’ ‘ଆଇଟି’ ବିଭାଗର ମୁଖ୍ୟ ଅମିତ ମାଲଭିୟ ସମାଲୋଚନା କରି ‘ଏକ୍ସ’ କରିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଐତିହାସିକ ‘ତିଲକ୍‌ ସ୍ବରାଜ ପାଣ୍ଠି’ଦ୍ବାରା ଏହି ଅଭିଯାନ ଅନୁପ୍ରାଣିତ ‌ବୋଲି ବଡ଼େଇ କରୁଥିବା କଂଗ୍ରେସର କଥାରେ ଭଳି ଯାଅ ନାହିଁ। ସେମାନେ ମହାତ୍ମା ଓ ତିଳକଙ୍କୁ ବଦନାମ କରିବେ। ପୁରୁଣା ଘଟଣା ପ୍ରତି ଦୃଷ୍ଟି ଦେଲେ ଜାଣିବେ ଏ ଉଦ୍ୟମ ଜନସାଧାରଣଙ୍କ ଅର୍ଥ ଚୋରାଇ ନେଇ ଗାନ୍ଧୀ ପରିବାରକୁ ହିଁ ସମୃଦ୍ଧ କରିବ।

    ‘ବିଜେପି’ର ଜାତୀୟ ମୁଖପାତ୍ର ଶେହଜାଦ୍‌ ପୁନାୱାଲା କହିଛନ୍ତି ଯେ, ଯେଉଁମାନେ ଭାରତକୁ ୬୦ ବର୍ଷ ଧରି ଲୁଟିଲେ, ସେମାନେ ଏବେ ସେହି ଦେଶରୁ ଚାନ୍ଦା ଲୋଡୁଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.3 ° C
    28.3 °
    28.3 °
    77 %
    1.9kmh
    90 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    28 °

    ସମ୍ବନ୍ଧିତ