Wednesday, August 26, 2026
30 C
Odisha

    ଚକ୍ରବ୍ୟୁହରେ ଫସିଗଲେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚାଲିଛି ପ୍ରସ୍ତୁତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମାଳଦ୍ବୀପର ରାଷ୍ଟ୍ରପତିଙ୍କ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତକୁ ବିରୋଧ କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ | ଭାରତ ବିରୋଧୀ ବିବୃତ୍ତି ପରେ ସେ ଏବେ ନିଜ ଦେଶରେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ସ୍ଥିତି ଏମିତି ହୋଇଛି ଯେ ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି। ମାଳଦ୍ୱୀପର ସଂସଦୀୟ ସଂଖ୍ୟାଲଘୁ ନେତା ଅଲି ଅଜିମ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଅଭିଯାନ ଆରମ୍ଭ କରିଛନ୍ତି। ଅଲି ଅଜିମ କହିଛନ୍ତି ଯେ ବୈଦେଶିକ ନୀତି ମାଳଦ୍ୱୀପ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆମର ପଡୋଶୀ ଦେଶ ସହିତ ସ୍ଥିରତା ବଜାୟ ରଖିବାକୁ ଆମେ ପ୍ରତିବଦ୍ଧ। ଆମେ କେବେବି ଚାହୁଁନାହୁଁ ଯେ କୌଣସି ପଡୋଶୀ ଦେଶ ଆମର ବୈଦେଶିକ ନୀତିଠାରୁ ଅଲଗା ରୁହନ୍ତୁ | ସେ କହିଛନ୍ତି ଯେ ମୁଁ ମୋର ଦଳର ବରିଷ୍ଠ ନେତାମାନଙ୍କୁ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ କହିଛି।

    ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଚାଲିଥିବା ତିକ୍ତତା ଉପରେ ଚୀନ୍ କହିଛି ଯେ ମାଳଦ୍ୱୀପ ପ୍ରତି ଭାରତ ଖୋଲା ମନୋଭାବ ସହ ଆଚରଣ କରିବା ଉଚିତ। ଚୀନ୍ ଏହା ମଧ୍ୟ କହିଛି ଯେ ସେମାନେ ମାଳଦ୍ୱୀପକୁ ଭାରତ ସହ ସମ୍ପର୍କ କରିଦେବାକୁ କେବେ କହିନାହିଁ। ଚୀନ୍‌ ପକ୍ଷରୁ କୁହାଯାଇଛି, “ଆମେ ମଧ୍ୟ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଥିବା ବନ୍ଧୁତ୍ୱପୂର୍ଣ୍ଣ ତଥା ସହଯୋଗୀ ସମ୍ପର୍କକୁ ସମ୍ମାନ ଦେଉଛୁ। ନୂଆଦିଲ୍ଲୀ ସହିତ ଭଲ ସମ୍ପର୍କ ବଜାୟ ରଖିବା ପାଇଁ ମାଳଦ୍ଵୀପ ଗୁରୁତ୍ୱ ଦେବା ଉଚିତ | ବେଜିଂ କେବେ ମଧ୍ୟ ମାଳଦ୍ୱୀପକୁ ନୂଆଦିଲ୍ଲୀ ସହ ସମ୍ପର୍କ ଖରାପ କରିବାକୁ କହିନାହିଁ | ଉଲ୍ଲେଖ ଥାଉ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷଦ୍ୱୀପ ଗସ୍ତକୁ ନେଇ ମାଳଦ୍ୱୀପର ଜଣେ ସାଂସଦ ଓ ତିନିଜଣ ମନ୍ତ୍ରୀଙ୍କ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ପରେ ବିବାଦ ତେଜିଥିଲା |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30 ° C
    30 °
    30 °
    70 %
    3.6kmh
    100 %
    Wed
    30 °
    Thu
    30 °
    Fri
    26 °
    Sat
    28 °
    Sun
    29 °

    ସମ୍ବନ୍ଧିତ