Saturday, July 27, 2024
24.6 C
Odisha

    ନିର୍ବାଚନୀ ବଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିକୁ ଘେରିଲେ ରାହୁଲ ଗାନ୍ଧୀ

    ଆଗକୁ ପଢନ୍ତୁ

    ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ସ୍କିମ୍ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଏବେ ରାଜନୈତିକ ପ୍ରତିକ୍ରିୟା ଆସିବାରେ ଲାଗିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ବିରୋଧୀଦଳମାନେ କେନ୍ଦ୍ର ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି କି ଏହା ବିଜେପି ପାଇଁ କମିଶନ ଓ ଲାଂଚର ମାଧ୍ୟମ ପାଲଟିଥିଲା ।କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ନିର୍ବାଚନୀ ବଣ୍ଡକୁ ନେଇ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, ନରେନ୍ଦ୍ର ମୋଦୀଙ୍କ ଦୁର୍ନୀତିର ଆଉ ଏକ ପ୍ରମାଣ ଏବେ ଆପଣଙ୍କ ସାମ୍ନାରେ । ବିଜେପି ଇଲେକ୍ଟ୍ରୋରାଲ ବଣ୍ଡକୁ ଲାଂଚ ଓ କମିଶନ ନେବାର ଏକ ମାଧ୍ୟମ କରିଥିଲା । ଆଜି ଏହାର ସତ୍ୟତା ଉପରେ କୋର୍ଟ ମୋହର ଲଗାଇଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।କେବଳ ରାହୁଲ ଗାନ୍ଧୀ ନୁହଁନ୍ତି, କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି କି, କଂଗ୍ରେସ ସର୍ବଦା ଇଲେକ୍ଟ୍ରୋରାଲ ବଣ୍ଡ ରଦ୍ଦ କରିବାକୁ ଦାବି କରିଆସୁଛି । ଏହା ବିଜେପିର ଦୁର୍ନୀତି ଥିଲା, ତେଣୁ ଏବେ ପ୍ରଧାନମନ୍ତ୍ରୀ ଏହା ଉପରେ ଜବାବ ଦେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି ।

    ସେହିଭଳି କଂଗ୍ରେସ ନେତା ପୱନ ଖେଡା କହିଛନ୍ତି କି, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନ୍ଧାର ଭିତରେ ଆଲୋକର ଆଶା । କଂଗ୍ରେସ ଆରମ୍ଭରୁ ଏହି ବଣ୍ଡ ବିରୋଧରେ ମତ ରଖିଛି । ରାଜନୈତିକ ଦଳମାନଙ୍କୁ ମିଳୁଥିବା ଚାନ୍ଦା ବାବଦରେ ସାଧାରଣ ଲୋକଙ୍କର ଜାଣିବାର ଅଧିକାର ରହିଛି । ଏବେ ଭାରତୀୟ ଷ୍ଟେଟବ୍ୟାଙ୍କ ଇଲେକ୍ଟ୍ରୋରାଲ ବଣ୍ଡ ବାବଦରେ ସୂଚନା ସାର୍ବଜନୀନ କରିବା ଦରକାର । ଏହାସହ ବିଜେପି ଏକାକୀ ଇଲେକ୍ଟ୍ରୋରାଲ ବଣ୍ଡ ମାଧ୍ୟମରେ ୫୨୦୦ କୋଟି ଟଙ୍କା ଚାନ୍ଦା ନେଇଛି ବୋଲି ଖେଡା ଅଭିଯୋଗ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    4.3kmh
    100 %
    Sat
    25 °
    Sun
    29 °
    Mon
    30 °
    Tue
    30 °
    Wed
    28 °

    ସମ୍ବନ୍ଧିତ