Thursday, October 15, 2026
28.2 C
Odisha

    ଜମ୍ମୁ ଓ କଶ୍ମୀରରେ କଂଗ୍ରେସ ଓ ଏନସି ମଧ୍ୟରେ ଆସନ ବୁଝାମଣା

    ଆଗକୁ ପଢନ୍ତୁ

    ଶ୍ରୀନଗର : ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ (ଏନସି) ମଧ୍ୟରେ ଆସନ ବୁଝାମଣା ଫର୍ମୁଲା ଚୂଡାନ୍ତ ହୋଇଛି । ଜମ୍ମୁ-କଶ୍ମୀରରେ କଂଗ୍ରେସ ୩୨ଟି ଓ ନ୍ୟାସନାଲ କନଫରେନ୍ସ ୫୧ଟି ଆସନରେ ନିର୍ବାଚନ ଲଢ଼ିବ। ଏହାବ୍ୟତୀତ ଦୁଇଟି ଆସନରେ ଅନ୍ୟ ସହଯୋଗୀ ଦଳର ପ୍ରାର୍ଥୀ ଙ୍କୁ ପ୍ରାର୍ଥୀ କରାଯିବ। ଜମ୍ମୁ-କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମେଣ୍ଟ କରିଛନ୍ତି।
    ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଆସନ ବୁଝାମଣା ସମ୍ପର୍କରେ ରାଜ୍ୟ କଂଗ୍ରେସ ମୁଖ୍ୟ ତାରିକ୍ ହମିଦ କରରା କହିଛନ୍ତି- “.ଏନସି ୫୧, କଂଗ୍ରେସ ୩୨ ଏବଂ ଆମେ ୫ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ କିନ୍ତୁ ଶୃଙ୍ଖଳିତ ଭାବେ ଲଢ଼ିବାକୁ ରାଜି ହୋଇଛୁ। ଏହି ୮୮ଟି ଆସନ ବ୍ୟତୀତ ଆମେ ସିପିଆଇ(ଏମ୍)କୁ ୧ଟି ଓ ପାନ୍ଥର୍ସ ପାର୍ଟିକୁ ୧ଟି ଆସନ ଛାଡ଼ିଛୁ।“
    ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା କହିଛନ୍ତି, “ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଆମେ ଏହି ଅଭିଯାନ ଆରମ୍ଭ କରିଛୁ ଯେ ଆମେ ଦୁହେଁ ମିଶି ଏଠାକାର ଲୋକଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଶକ୍ତିମାନଙ୍କ ବିରୋଧରେ ଲଢ଼ିବୁ। ଦେଶକୁ ସାମ୍ପ୍ରଦାୟିକ, ବିଭାଜନ ଓ ଭାଙ୍ଗିବାକୁ ଚାହୁଁଥିବା ଶକ୍ତିମାନଙ୍କ ସହ ଆମେ ଲଢ଼େଇ କରିପାରିବା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଥିଲା। ଆଜି ଆମେ ଆଲୋଚନା ଶେଷ କରିଛୁ ଏବଂ ବହୁତ ଭଲ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ସମନ୍ୱୟ ମଧ୍ୟ କରିଛୁ । କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ଏକାଠି ନିର୍ବାଚନ ଲଢ଼ିବେ।“

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    28.2 ° C
    28.2 °
    28.2 °
    73 %
    2.5kmh
    93 %
    Thu
    27 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ