Thursday, September 24, 2026
24 C
Odisha

    ଡାହାଣୀ ଛଡାଇବା ନାଁରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା : ଦୁଇ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏ ଜେଲଦଣ୍ଡ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଡାହାଣୀ ଛଡାଇବା ନାଁରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଂଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଅଜୟ କୁମାର ମହାନ୍ତି ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଉଭୟଙ୍କୁ ୩୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଥିବା ବେଳେ ଜରିମାନା ଅନାଦେୟ ୯ମାସ ଅଧିକ କାରାଦଣ୍ଡ ଭୋଗିିବାକୁ ଆଦେଶରେ ଉଲ୍ଲେଖ କରିଛନ୍ତି। ତିର୍ତ୍ତୋଲ ଥାନା ଅଂଚଳର ନବମ ଶ୍ରେଣୀର ପଢୁଥିବା ଜଣେ ୧୪ ବର୍ଷୀୟା ନାବାଳିକା ଅସୁସ୍ଥ ହୋଇ ପଡିଥିଲେ। ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ହୋଇ ନଥିବାରୁ ତାଙ୍କ ଦେହରେ ଡାହାଣୀ ସବାର ହୋଇଥିବା ନେଇ ପରିବାର ଲୋକ ଆଶଙ୍କା କରିଥିଲେ। ସେହି ତିର୍ତୋଲ ଅଂଚଳର ଜନୈକ ଗୁଣିଆ ଅକ୍ଷୟ କୁମାର ନାୟକ (୬୪) ଆଲିୟାସ ମଇନ ବାବାଙ୍କୁ ଏ ସଂପର୍କରେ ଯେଗାଯୋଗ କରିବାରୁ ସେ ୨୦୧୬ ମସିହା ଜୁଲାଇ ୧୬ ତାରିଖ ଦିନ ନିଜ ସହଯୋଗୀ ପ୍ରଭାତ ମଲ୍ଲିକଙ୍କ ସହିତ ନାବାଳିିକାଙ୍କ ଘରେ ପହଁଚିଥିଲେ। ସେଦିନ ରାତିରେ ଉଭୟ ନାବାଳିକାଙ୍କ ଘରେ ରହିବା ସହିତ ମଧ୍ୟ ରାତିରେ ଡାହାଣୀ ଛଡାଇବାକୁ କହି ନାବାଳିକାଙ୍କ ବାପା ମାକୁ ଅନ୍ୟ ଘରକୁ ପଠାଇ ଉଭୟ ବାବା ଓ ଶିଷ୍ୟ ଜୋର ଜବରଦସ୍ତ ନାବାଳିକାଙ୍କୁ ରାତିସାରା ଦୁଷ୍କର୍ମ କରିଥିଲେ। ସକାଳେ ଜବାବ ମୁତାବକ ଅର୍ଥ ନେଇ ଉଭୟ ମଇନବାବା ଓ ପ୍ରଭାତ ନିଜ ଘରକୁ ଫେରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24 ° C
    24 °
    24 °
    97 %
    4.3kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ