Thursday, September 24, 2026
23.9 C
Odisha

    ରେଳ ବ୍ରିଜ୍ ପାର ହେଉଥିବା ବେଳେ ବୁଡ଼ିଗଲା କାର୍, ୨ଜଣଙ୍କର ଚାଲିଗଲା ଜୀବନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରେଳ ଅଣ୍ଡର ବ୍ରିଜ୍ ପାର ହେଉଥିବା ବେଳେ ବୁଡ଼ିଗଲା କାର୍ । ଭିତରେ ଥିବା ୨ଜଣଙ୍କର ହେଲା ମୃତ୍ୟୁ। ୨ଜଣଙ୍କ ମଧ୍ୟରେ ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ଅନ୍ୟଜଣେ କ୍ୟାସିଅରଙ୍କ ଥିଲେ । କୁହାଯାଉଛି ଯେ, ରେଳ ଅଣ୍ଡର ବ୍ରିଜ୍ ତଳ ଦେଇ ଯାଉଥିବା ବେଳେ ପାଣିର ଗଭୀରତା ଜାଣିନପାରିବାରୁ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ମୃତକମାନେ ହେଲେ କ୍ୟାସିୟର ବିରାଜ ଦ୍ବିବେଦୀ ଓ ମ୍ୟାନେଜର ପୂଣ୍ୟ‌ଶ୍ରେୟ ଶର୍ମା।

    ଦୁହିଁଙ୍କ ସହ କାମ କରୁଥିବା କର୍ମଚାରୀ ଆଦିତ୍ୟ କହିଛନ୍ତି ଯେ, ଦୁହେଁ ଏକ୍ସୟୁଭି୭୦୦ ଧରି ଘରକୁ ଫେରୁଥିଲେ। ବିରାଜ, ମ୍ୟାନେଜରଙ୍କୁ ଘରେ ଛାଡ଼ି ଦିଲ୍ଲୀ ବାହାରିଥାନ୍ତେ । ପୁରୁଣା ଫରିଦାବାଦ ରେଳ ଅଣ୍ଡରପାସ୍ ପାଖରେ ସେମାନଙ୍କ କାର୍ ପହଞ୍ଚିବା ପରେ ସାମ୍ନାରେ ପାଣି ଥିବା ଦେଖିଥିଲେ। ହେଲେ ପାଣି କେତେ ଗଭୀର ତାହା ଜାଣିନପାରି ସେମାନେ ଗାଡ଼ି ଆଗକୁ ବଢ଼ାଇଥିଲେ। ଏହା ଫଳରେ କାରଟି ବୁଡ଼ିଯାଇଥିଲା। ପାଣି ପାଇଁ କାରର କବାଟ ଲକ୍ ହୋଇଯିବାରୁ ଦୁହେଁ ବାହାରକୁ ବାହାରିପାରିନଥିଲେ, ଯାହା ପାଇଁ ସେମାନଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଯଦି ସେଠାରେ ଏକ ସତର୍କ ବୋର୍ଡ ଲଗାଇଥା‌ନ୍ତା, ତାହେଲେ ହୁଏତ ଏଭଳି ଘଟିନଥାନ୍ତା।

    ସେ ଆହୁରି କହିଛନ୍ତି ଯେ, ଦୁହିଁଙ୍କ ଫୋନ ନ ଲାଗିବାରୁ ମ୍ୟାନେଜରଙ୍କ ପତ୍ନୀ ମୋତେ କଲ୍ କରିଥିଲେ। ଏହା ପରେ ସେ ଫରିଦାବାଦରୁ ଓ ମୁଁ ମୋ ଘରୁ ଦୁହିଁଙ୍କୁ ଖୋଜିବାକୁ ବାହାରିଥିଲୁ। ପୁରୁଣା ଫରିଦାବାଦ ରେଳ ଅଣ୍ଡରପାସ୍ ପାଖରେ ପୁଲିସକୁ ଦେଖି ସେଠାକୁ ଯିବା ପରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    3.6kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ