Wednesday, October 23, 2024
21.7 C
Odisha

    ଗର୍ଭଧାରଣ ସମୟରେ ହୋଇପାରେ ପିଲାଙ୍କୁ କିଡନୀ ସମ୍ବନ୍ଧୀୟ ସମସ୍ୟା, ଜାଣନ୍ତୁ କାରଣ କ’ଣ ?

    ଆଗକୁ ପଢନ୍ତୁ

    ଆପଣମାନେ ତ ଜାଣିଥିବେ ଯେ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ ଆମ ଶରୀରର ସମସ୍ତ ଅଙ୍ଗ ସୁସ୍ଥ ରହିବା ଉଚିତ । ଏହା ସହ ଆମ କିଡନୀ ମଧ୍ୟ ଠିକ୍‌ ରହିବା ବହୁତ ଜରୁରୀ ହୋଇଥାଏ । ତେବେ ବର୍ତ୍ତମାନ ଲୋକମାନେ ବହୁତ କମ୍‌ ବୟସରେ ହିଁ କିଡନୀ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରୁଛନ୍ତି । ଏଭଳି ମଧ୍ୟ ଛୋଟ ପିଲାମାନେ କିଡନୀ ସମ୍ବନ୍ଧୀୟ ରୋଗ ରେ ପିଡିତ ହେଉଛନ୍ତି । ଏପରି ମଧ୍ୟ ଅନେକ ଥର ହୋଇଥାଏ ଯେ ଗର୍ଭଧାରଣ ସମୟରେ ଶିଶୁଟି କିଡନୀ ରୋଗରେ ଆକ୍ରାନ୍ତ ହୋଇଥାଏ । ତେବେ ଏହାର ଅନେକ କାରଣ ଥାଇପାରେ । ସେଥିପାଇଁ ଏବେ ଏକ ପ୍ରଶ୍ନ ଉଠିଛି କି ଜନ୍ମ ପୂର୍ବରୁ ମଧ୍ୟ ଶିଶୁ କିଡନୀ ରୋଗରେ ପୀଡିତ ହୋଇପାରନ୍ତି କି ? ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବା ସହ ଏହାର କାରଣ ମଧ୍ୟ ଜଣାଇବୁ ।

    ସୂଚନା ମୁତାବକ, ଡକ୍ତରମାନେ ଏହାର ଅନେକ କାରଣ କହିଛନ୍ତି । ତେବେ କିଛି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ଜନ୍ମଗତ ମେଟାବୋଲିଜ୍‌ ଏବଂ ଛୋଟ ହୋଇଥିବା ସମୟରେ ଏହି ସଂକ୍ରମଣ ଏକ ମୁଖ୍ୟ କାରଣ ହୋଇପାରେ । ଏପରି ମଧ୍ୟ ପିଲାଟି ଜନ୍ମ ହେବା ସମୟରେ କ୍ରନିକ୍‌ କିଡନୀ ରୋଗ ହୋଇପାରେ କିମ୍ବା ଏହା ମଧ୍ୟ ବଂଶାନୁକ୍ରମିକ କାରଣରୁ ମଧ୍ୟ ହୋଇପାରେ ।

    ତେବେ ଜନ୍ମ ସମୟରେ ଉପସ୍ଥିତ ଥିବା ବୃକକ୍‌ର ଜନ୍ମଗତ ମୂତ୍ରନଳୀ ଭଳି ଜନ୍ମଗତ ବିକୃତି ମଧ୍ୟ କିଡନୀ ଉପରେ ପ୍ରଭାବ ପକାଇପାରେ । ବେଳେବେଳେ ଜେନେଟିକ୍‌ କାରଣରୁ ମଧ୍ୟ ଏପରି ହୋଇପାରେ । ଏହା ସହ ବଂଶାନୁକ୍ରମିକ ସିଣ୍ଡୋମ ହେତୁ ଶିଶୁର କ୍ରନିକ୍‌ କିଡନୀ ରୋଗର ସମସ୍ୟା ମଧ୍ୟ ହୋଇପାରେ । ସେହିପରି କିଛି ପିଲାଙ୍କର ମେଟାବୋଲିକ୍‌ ସମସ୍ୟା କିଡନୀ ରୋଗର କାରଣ ହୋଇପାରେ । ଅନେକ ଥର ଗର୍ଭାବସ୍ଥାରେ ମା’ର ସ୍ୱାସ୍ଥ୍ୟ ଏବଂ ଗର୍ଭାବସ୍ଥାରେ ମା’ର ବିଭିନ୍ନ ଏକ୍ସପୋଜର ମଧ୍ୟ କିଡନୀ ରୋଗ ହେବାର ଆଶଙ୍କା ମଧ୍ୟ ସୃଷ୍ଟି କରିଥାଏ । ତେବେ ଯଦି ଏହି ସବୁ କଥାରେ ଠିକ୍‌ ଭାବେ ଧ୍ୟାନ ନଦେବେ, ତାହେଲେ ଶିଶୁର ଜନ୍ମର କିଛି ଦିନ ମଧ୍ୟରେ ଗୁରୁତର ହୁଏ ଯାହା ଦ୍ୱାରା ଆପଣଙ୍କ ପିଲାର କିଡନୀ ମଧ୍ୟ ନଷ୍ଟ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    21.7 ° C
    21.7 °
    21.7 °
    69 %
    1.8kmh
    100 %
    Wed
    22 °
    Thu
    25 °
    Fri
    26 °
    Sat
    25 °
    Sun
    22 °

    ସମ୍ବନ୍ଧିତ