Friday, May 17, 2024
36.4 C
Odisha

    ଶୀତଦିନେ ଖାଆନ୍ତୁ ଏହି ଶାଗ, ମିଳିବ ଅନେକ ରୋଗରୁ ମୁକ୍ତି

    ଆଗକୁ ପଢନ୍ତୁ

    ଶାଗ ଏକ ଏପରି ବ୍ୟଞ୍ଜନ ଯାହାକୁ ଲୋକମାନେ ଖାଇବା ପାଇଁ ବହୁତ ଭଲ ପାଇଥାନ୍ତି । ଆପଣମାନେ ତ ଜାଣିଥିବେ ଯେ ବଜାରରେ ବିଭିନ୍ନ ପ୍ରକାରର ଶାଗ ମିଳିଥାଏ । ତାମଧ୍ୟରୁ ଅନେକ ଶାଗ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ସେହିପରି ସୋରିଷ ଶାଗ ଲୋକମାନେ ଶୀତଦିନେ ଖାଇବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଲୋକମାନେ ଏହି ପନିପରିବା ଖାଇବା ପାଇଁ ଅଧିକ କାହିଁକି ପସନ୍ଦ କରନ୍ତି ? ତେବେ ଏହି ଋତୁରେ ଏହାକୁ ଖାଇବାର ଲାଭ କ’ଣ ? ତେଣୁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ସୋରିଷ ଶାଗ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ହୋଇଥାଏ । ବାସ୍ତବରେ ଏହି ଶାଗର ସ୍ୱାସ୍ଥ୍ୟ ପାଇଁ ଗରମ ହୋଇଥାଏ । ଏହା ସହ ଏହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏଥିରୁ ଅନେକ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ, ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଏହି ଶାଗ ଖାଇବାର ଅନେକ ଲାଭ ମିଳିଥାଏ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ ବିଶେଷ କଥା ଜଣାଇବୁ ।

    ଶୀତଦିନେ ସୋରିଷ ଶାଗ ଖାଇବାର ଉପକାର :

    ସୋରିଷ ଶାଗ ଥଣ୍ଡା ଏବଂ କାଶରୁ ରକ୍ଷା କରିଥାଏ :
    ସୋରିଷ ଶାଗ ଥଣ୍ଡା ଏବଂ କାଶକୁ ରୋକିବାରେ ସାହାଯ୍ୟ କରିଥାଏ । ତେବେ ଏହାର କାରଣ ହେଉଛି ଏହି ଶାଗରେ ଭିଟାମିନ୍‌ – କେ, ଭିଟାମିନ୍‌- ଏ, ଭିଟାମିନ୍‌ – ସି ଏବଂ ଭିଟାମିନ୍‌ – ଇ ରହିଥାଏ । ଏଥିରେ ମାଙ୍ଗାନିଜ୍‌ ଏବଂ ଫୋଲେଟ୍‌ ମଧ୍ୟ ରହିଥାଏ ଯାହା ଶରୀରକୁ ଗରମ ରଖିବା,ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

    ଶୀତଦିନେ ପେଟ ଯନ୍ତ୍ରଣା କାହିଁକି ବଢିଯାଏ :

    ଅନେକ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ :
    ସୋରିଷ ଶାଗ ଶୀତଦିନେ ଆର୍ଥ୍ରୀଇଟିସ୍‌ ଏବଂ ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ । ଏହି ଶାଗଗୁଡିକରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଏବଂ ଗଣ୍ଠି ଯନ୍ତ୍ରଣା ହ୍ରାସ କରିବାରେ ସାହାଯ୍ୟ କରେ । ତେଣୁ ଏହାର ବ୍ୟବହାର ମଧ୍ୟ ସେହିମାନଙ୍କ ପାଇଁ ଅନେକ ଲାଭଦାୟକ ହୋଇଥାଏ, ଯାହାର ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣା ରହିଥାଏ ।

    ଶ୍ୱାସ ରୋରୀଙ୍କ ପାଇଁ ଲାଭଦାୟକ :
    ସୋରିଷ ଶାଗରେ ଭିଟାମିନ୍‌ – ସି ରହିଥାଏ, ଯାହା ହିଷ୍ଟାମାଇନ୍‌ ଭାଙ୍ଗିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ମ୍ୟାଗ୍ନେସିୟମ୍‌ ଥାଏ ଯାହା ବ୍ରୋଙ୍କିଆଲ୍‌ ପାସେଜ୍‌ ଏବଂ ଫୁସ୍‌ଫୁସ୍‌କୁ ସଫା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ସହ ଶ୍ୱାସ ରୋଗୀଙ୍କ ପାଇଁ ଭଲ ହୋଇଥାଏ । ସେଥିପାଇଁ ଶ୍ୱାସ ରୋଗୀ ଏହି ଶାଗ ଖାଇବା ଉଚିତ ।

    ହାର୍ଟ ପାଇଁ ଭଲ ହୋଇଥାଏ :
    ସୋରିଷ ଶାଗ ଖାଇବା ହାର୍ଟ ପାଇଁ ବହୁତ ଭଲ ହୋଇଥାଏ । ଏହି ଶାଗରେ ମ୍ୟାଗ୍ନେସିୟମ୍‌ ଏବଂ ପୋଟାସିୟମ୍‌ ଭରପୂର ରହିଥାଏ । ଯାହା ହାର୍ଟ ପାଇଁ ବହୁତ ଭଲ ହୋଇଥାଏ । ଏହା ସହ ହାଇ ବିପି କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ସେଥିପାଇଁ ହାର୍ଟ ରୋଗୀମାନେ ଏହି ଶାଗ ଖାଇବା ବହୁତ ଭଲ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    36.4 ° C
    36.4 °
    36.4 °
    31 %
    2.1kmh
    100 %
    Fri
    37 °
    Sat
    29 °
    Sun
    39 °
    Mon
    42 °
    Tue
    42 °

    ସମ୍ବନ୍ଧିତ