Friday, October 16, 2026
22.3 C
Odisha

    ଓଡ଼ିଶାରେ ଲୋକେ ଭୟର ବାତାବରଣରେ ରହୁଛନ୍ତି: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ହେବାକୁ ଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେବାକୁ ଯାଇଛନ୍ତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିଜେପି ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଧିଵ୍ୟଵସ୍ଥା କିଛି ଭଲ ନାହିଁ। ଲୋକେ ଭୟର ବାତାବରଣରେ ରହୁଛନ୍ତି। ଓଡ଼ିଶାରେ ଯାହା ବି ବିକାଶ ହେଉଛି ତାହା କେନ୍ଦ୍ରର ମୋଦୀ ସରକାରଙ୍କ ପାଇଁ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିକାଶର ଭଗୀରଥ। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ପାଇଁ ଦେଶରୁ ଗରିବୀ ବହୁତ କମିଛି। ବିକାଶର ଭଗୀରଥ ମୋଦୀଜିଙ୍କ ପାଇଁ ବିକାଶର ଗଙ୍ଗା ଗାଁ ଗାଁରେ ପହଞ୍ଚିଛି। ଦେଶର ଲୋକଙ୍କ ମନରେ ମୋଦୀଜି ଅଛନ୍ତି। ଗତ ନିର୍ବାଚନ ଅପେକ୍ଷା ୨୦୨୪ରେ ବିଜେପିକୁ ବହୁମତରେ ଲୋକେ ଆଶୀର୍ବାଦ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.3 ° C
    22.3 °
    22.3 °
    96 %
    1.7kmh
    26 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ