Sunday, November 23, 2025
17.6 C
Odisha

    ପୁଣି ୧୫ ବର୍ଷ ପରେ ପୁଣିଥରେ ବଢିଲା ମେଣ୍ଟ ଚର୍ଚ୍ଚା, ଜାଣନ୍ତୁ ସେତେବେଳେ କିଏ କେତେ ଆସନରେ ମାରିଥିଲେ ବାଜି?

    ଆଗକୁ ପଢନ୍ତୁ

    ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ପୁଣିଥରେ ଆରମ୍ଭ ହୋଇଛି । ଅପରାହ୍ନରେ ନବୀନ ନିବାସରେ ବିଜେଡିର ବୈଠକ ବସିବାକୁ ଥିବା ବେଳେ ସନ୍ଧ୍ୟାରେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଓଡ଼ିଶା ବିଜେପି ନେତାଙ୍କ ବୈଠକ ହେବ । ଏହି ବୈଠକରେ ମେଣ୍ଟ ନେଇ ଚର୍ଚ୍ଚା ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ନୂଆ ନୁହେଁ । କାରଣ ଏହା ପୂର୍ବରୁ ମଧ୍ୟ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଛି । ୧୯୯୮ରେ ଉଭୟ ଦଳ ମଧ୍ୟରେ ପ୍ରଥମେ ମେଣ୍ଟ ହୋଇଥିଲେ । ପରବର୍ତ୍ତୀ ସମୟରେ ୨୦୦୦ ଓ ୨୦୦୪ ମସିହାରେ ଉଭୟ ଦଳ ମେଣ୍ଟ କରି ନିର୍ବାଚନ ଲଢିବା ସରକାର ଗଢିଥିଲେ । ୨୦୦୦ ମସିହାରେ ବିଜେଡି ୬୮, ବିଜେପି ୩୮ ଆସନରେ ବିଜୟୀ ହୋଇଥିଲେ । ସେହିଭଳି ୨୦୦୪ରେ ବିଜେଡି ୬୧ ଓ ବିଜେପି ୩୨ଟି ଆସନରେ ବିଜୟୀ ହୋଇଥିଲା । ତେବେ ୨୦୦୯ରେ ଉଭୟ ଦଳ ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା । ତେବେ ୧୫ ବର୍ଷ ପରେ ପୁଣିଥରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    17.6 ° C
    17.6 °
    17.6 °
    80 %
    1.4kmh
    69 %
    Sat
    18 °
    Sun
    28 °
    Mon
    27 °
    Tue
    27 °
    Wed
    26 °

    ସମ୍ବନ୍ଧିତ