Tuesday, October 22, 2024
20 C
Odisha

    ଖୁବଶୀଘ୍ର ଲଦାଖର ଡେପସାଙ୍ଗ ଓ ଡେମଚୋକରେ ପାଟ୍ରୋଲିଂ ଆରମ୍ଭ କରିବ ଭାରତୀୟ ସେନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍ଏସି)ର ସ୍ଥିତି ୨୦୨୦ ପୂର୍ବ ସ୍ଥିତିକୁ ଫେରିବାର ସମ୍ଭାବନା ରହିଛି । ଦୁଇ ଦେଶ ମଧ୍ୟରେ ଏଲଏସି ସହ ଜଡିତ ବିବାଦର ସମାଧାନ ପାଇଁ ବୁଝାମଣା ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଡେପସାଙ୍ଗ ଓ ଡେମଚୋକରେ ପୁଣି ପାଟ୍ରୋଲିଂ ଆରମ୍ଭ ହେବ।

    ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଋଷ ଗସ୍ତରେ ଯିବେ ଏବଂ ଏହି ସମୟରେ ପୂର୍ବ ଲଦାଖରେ ଦୀର୍ଘ ୪ ବର୍ଷ ଧରି ଲାଗି ରହିଥିବା ବିବାଦର ଅନ୍ତ ବିଷୟରେ ଘୋଷଣା କରାଯିବ । ଏଲ୍ଏସିରେ ପାଟ୍ରୋଲିଂ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହମତି ପ୍ରକାଶ କରିଛି। ଏଲଏସିର ଯେଉଁ ଅଞ୍ଚଳରେ ଗତ ୪ ବର୍ଷ ଧରି ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ଓ ସଂଘର୍ଷ ଜାରି ରହିଛି, ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ୨୦୨୦ରୁ ବନ୍ଦ ଥିବା ଡେପସାଙ୍ଗ ଓ ଡେମଚୋକରେ ପୁଣି ଥରେ ପାଟ୍ରୋଲିଂ ଆରମ୍ଭ ହେବ। ଉଭୟ ଦେଶର ସ୍ଥିତିରେ ସୁଧାର ଆସିବାର ସଙ୍କେତ ମିଳିଛି। ଡେପସାଙ୍ଗ ଓ ଡେମଚୋକ ବ୍ୟତୀତ ୪ଟି ବଫର ପଏଣ୍ଟରେ ପାଟ୍ରୋଲିଂ ନେଇ ମଧ୍ୟ ଆଲୋଚନା ଜାରି ରହିଛି । ଏହାକୁ ନେଇବି ଖୁବଶୀଘ୍ର ଭଲ ଖବର ମିଳିବାର ସମ୍ଭାବନା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20 ° C
    20 °
    20 °
    81 %
    1.1kmh
    8 %
    Tue
    29 °
    Wed
    29 °
    Thu
    27 °
    Fri
    29 °
    Sat
    30 °

    ସମ୍ବନ୍ଧିତ