Wednesday, September 2, 2026
29.9 C
Odisha

    ଚାକିରି ପାଇଁ ଜମି ଦୁର୍ନୀତି ମାମଲା: ଇଡି ଅଫିସ୍‌ରେ ପହଞ୍ଚିଲେ ଲାଲୁ ପ୍ରସାଦ ଯାଦବ

    ଆଗକୁ ପଢନ୍ତୁ

    ପାଟ୍‌ନା: ରେଳବାଇରେ ହୋଇଥିବା ଦୁର୍ନୀତି ମାମଲାରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ତତତ୍କାଳୀନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ପଚରାଉଚରା ପାଇଁ ସୋମବାର ଦିନ ପାଟନାରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପହଞ୍ଚିଛନ୍ତି। ତାଙ୍କ ସହ ଯାଇଛନ୍ତି ତାଙ୍କ ଝିଅ ତଥା ସହ-ଅଭିଯୁକ୍ତ ମିଶା ଭାରତୀ।ବହୁ ସଂଖ୍ୟକ ଆରଜେଡି କର୍ମଚାରୀ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାଳୟ ବାହାରେ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିିଛି।
    ଦିଲ୍ଲୀର ଇଡି ଅଧିକାରୀଙ୍କ ଏକ ଟିମ୍ ରବିବାର ବିଳମ୍ବିତ ରାତିରେ ପାଟନାରେ ପହଞ୍ଚି ଆରଜେଡି ନେତାଙ୍କୁ ଏହି ମାମଲାରେ ପଚରାଉଚରା କରିଥିଲେ।
    କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଲାଲୁ ଯାଦବ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାନୁଆରି ୧୯ ତାରିଖରେ ଏକ ନୂତନ ସମନ ଜାରି କରିଥିଲା।​​ପାଟନାରେ ଲାଲୁ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ବାସଭବନରେ ଇଡି ଦ୍ୱାରା ଏହି ବିଜ୍ଞପ୍ତି ଶାରୀରିକ ଭାବେ ହସ୍ତାନ୍ତର କରାଯାଇଥିଲା। ସମନ ଜାରି ହୋଇ ଆରଜେଡି ନେତାଙ୍କୁ ଜାନୁଆରି ୨୯ ଏବଂ ୩୦ ରେ ହାଜର ହେବାକୁ କୁହାଯାଇଥିଲା।ଉଲ୍ଲେଖଯୋଗ୍ୟ, ଏହି ମାମଲାର ତଦନ୍ତ କରି ପୂର୍ବରୁ ସିବିଆଇ କହିଛି ଯେ ଲାଲୁ ଯାଦବ ଅନ୍ୟ କମ୍ପାନି ନାମରେ ଜମି କିଣି ପରବର୍ତ୍ତୀ ପର୍ଯ୍ୟାୟରେ ସେସବୁ ସଂପତ୍ତିକୁ ନିଜ ପରିବାର ସଦସ୍ୟଙ୍କ ନାମରେ କରି ଦେଉଥିଲେ।

    ସିବିଆଇର ଅଭିଯୋଗ ଅନୁଯାୟୀ ମେସର୍ସ ଏକେ ଇନଫୋସିଷ୍ଟମ୍ସ ପ୍ରା. ଲିଃ. ନାମକ ଏକ କମ୍ପାନି ସାମିଲ ରହିଛି। କମ୍ପାନିର ପ୍ରତିଷ୍ଠାତାମାନଙ୍କୁ ଲାଲୁ ଏବଂ ତତ୍କାଳୀନ ମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତା ବୁଝାଇ ଦେଇଥିଲେ ଯେ ସେମାନେ ଏବେ ଏହି ଜମି ସବୁ କିଣନ୍ତୁ। ପରେ ସେସବୁ ଜମିକୁ ସେମାନେ କମ୍ପାନିଠାରୁ କିଣିନେବେ। ୨୦୦୬ରୁ ୨୦୧୦ ମଧ୍ୟରେ ଏହି କମ୍ପାନିକୁ ବ୍ୟବହାର କରି ଦୁର୍ନୀତି କରାଯାଇଥିଲା। ପରେ କମ୍ପାନି କିଣିଥିବା ଜମିକୁ ଲାଲୁ ପରିବାର ନାମମାତ୍ର ମୂଲ୍ୟରେ କିଣିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.9 ° C
    29.9 °
    29.9 °
    67 %
    3.7kmh
    100 %
    Wed
    29 °
    Thu
    28 °
    Fri
    26 °
    Sat
    29 °
    Sun
    29 °

    ସମ୍ବନ୍ଧିତ