Wednesday, July 8, 2026
25.4 C
Odisha

    ନେତାଜୀ ସୁଭାଷ ବୋଷଙ୍କୁ ନେଇ ଦେଇଥିବା ପ୍ରତିଶୃତି ଭୁଲିଗଲା ବିଜେପି, ଅଭିଯୋଗ ଆଣିଲେ ମମତା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ବାର୍ଷିକୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶ ପାଇଁ ଏହା ଲଜ୍ଜାଜନକ ବିଷୟ ଯେ ଆଜି ବି ନେତାଜୀଙ୍କ ସହ କ’ଣ ଘଟିଛି ତାହା ଆମେ ଜାଣି ନାହୁଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନିଖୋଜ ହେବାର ଏତେ ବର୍ଷ ପରେ ମଧ୍ୟ ଲୋକମାନେ ତାଙ୍କ ସହ କ’ଣ ଘଟିଛି ତାହା ଜାଣନ୍ତି ନାହିଁ। ତାଙ୍କର ମୃତ୍ୟୁ ତାରିଖ କ’ଣ? ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନିଖୋଜ ଘଟଣାର ତଦନ୍ତ ପ୍ରତିଶ୍ରୁତି ପୂରଣ ନକରିବାରୁ ମମତା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।
    ସେ କହିଛନ୍ତି ଯେ କ୍ଷମତାକୁ ଆସିବା ପୂର୍ବରୁ ନେତାଜୀଙ୍କ ନିଖୋଜ ଘଟଣାର ତଦନ୍ତ କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା, କିନ୍ତୁ ସେମାନେ ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି। ୨୦ ବର୍ଷ ଧରି ମୁଁ ନେତାଜୀଙ୍କ ଜନ୍ମ ବାର୍ଷିକୀକୁ ଏକ ଜାତୀୟ ଛୁଟିରେ ପରିଣତ କରିବାକୁ ଚେଷ୍ଟା କଲି, କିନ୍ତୁ ବିଫଳ ହେଲି | ମୁଁ କ୍ଷମା ମାଗୁଛି। ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଆଜି ମାଲ୍ୟାର୍ପଣ କରି ମମତା ବାନାର୍ଜୀ କହିଛନ୍ତି ଯେ ଏହା ଭାରତର ଦୁର୍ଭାଗ୍ୟ। ଏତେ ବର୍ଷ ପରେ ନେତାଜୀଙ୍କ ମୃତ୍ୟୁ ତାରିଖ ଆମ ପାଖରେ ନାହିଁ | ତାଙ୍କ ସହିତ କ’ଣ ହେଲା ଆମେ ଜାଣିନାହୁଁ | ଏହା ଲଜ୍ୟାଜନକ କଥା । ଆମେ ଆପଣଙ୍କୁ କହି ରଖୁଛୁ ଯେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ଜନ୍ମ ବାର୍ଷିକୀ ପାଳନ କରାଯାଉଛି | ରାଷ୍ଟ୍ରପତି, ଉପରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.4 ° C
    25.4 °
    25.4 °
    83 %
    2.1kmh
    100 %
    Tue
    25 °
    Wed
    32 °
    Thu
    30 °
    Fri
    25 °
    Sat
    29 °

    ସମ୍ବନ୍ଧିତ